ତିନୋଟି ଉପାୟରେ ଟେକ୍ନୋଲୋଜି ଆପଣଙ୍କ ପାଇଁ ସହାୟକ ହୋଇଥାଏ #BalanceForBetter

 

 

କମ୍ପ୍ୟୁଟରଗୁଡ଼ିକ ମନୁଷ୍ୟ ଜୀବନକୁ ଅଧିକ ଉତ୍ତମ କରିବା ପାଇଁ ପରିକଳ୍ପନା କରାଯାଇଥିଲା ଏବଂ ବର୍ଷ ବର୍ଷ ଧରି ଟେକ୍ନୋଲୋଜିରେ ଉନ୍ନତି ସହିତ ଏହା ସାଧିତ ହେଉଛି - ଏହା ସାହାଯ୍ୟ କରୁଛି #BalanceForBetter (#ଅଧିକ ଉତ୍ତମତା ପାଇଁ ସନ୍ତୁଳନ ରକ୍ଷା କରନ୍ତୁ)। ଜୀବନ ଆଜିକାଲିର ମହିଳାମାନଙ୍କୁ ବହୁ ଆହ୍ୱାନ ଆଣିଦେଇଛି ଏବଂ ଜୀବନ ଅଧିକ ଜଞ୍ଜାଳମୟ ହୋଇଛି, ପିସି ହେଉଛି ଏକ ହାତ ପାଆନ୍ତାରେ ରହିଥିବା ଜିନିଷ।

1) ଦକ୍ଷତା ବୃଦ୍ଧି କରନ୍ତୁ

କିପରି ଏକ ବାଦ୍ୟଯନ୍ତ୍ର ବଜାଇବେ ଶିଖିବା ହେଉ କିମ୍ବା ନୂଆ ଭାଷା ଶିଖିବା ହେଉ ପିସିଗୁଡ଼ିକ ଆପଣଙ୍କ ଭିତରେ ପୂର୍ବରୁ ରହିଥିବା ଦକ୍ଷତା ଅଧିକ ତୀକ୍ଷ୍ଣ କରିବାରେ କିମ୍ବା ସମ୍ପୂର୍ଣ୍ଣ ନୂଆ ବିଷୟ ଶିକ୍ଷା କରିବାରେ ସହାୟକ ହୋଇଥାଏ। ଶ୍ରେଷ୍ଠ ଆରମ୍ଭ ହେଉଛି ବୃତ୍ତିଗତ ଏବଂ ଅବସର ମଧ୍ୟରେ କୌଣସି ବିଭାଜନ ନୁହେଁ - ଆକାଶ ଯେମିତି ସୀମା!

2) କାର୍ଯ୍ୟ + ଜୀବନ ସମନ୍ୱୟନ

‘‘ସନ୍ତୁଳନ” ବିଷୟରେ ବହୁତ ଆଲୋଚନା ହୋଇଥାଏ କିନ୍ତୁ ବାସ୍ତବତା ହେଉଛି ସମନ୍ୱୟନ। ଆପଣ ଯେତେବେଳେ କାର୍ଯ୍ୟକୁ ଯିବା ବ୍ୟତୀତ ବୈଠକଖାନାରେ ବସି ଆରାମରେ ଆପଣଙ୍କ ଜରୁରୀକାଳୀନ ଇମେଲ୍ ର ଉତ୍ତର ଦିଅନ୍ତି। ଏହା କେବଳ ଭଲ ଅନୁଭବ ଦିଏ ନାହିଁ ତାହା ସହିତ ଚାପମୁକ୍ତ ମଧ୍ୟ ରଖିଥାଏ।

3) ସମସ୍ତ ବିଷୟ ଷ୍ଟ୍ରିମଲାଇନ୍ କରନ୍ତୁ ବା ଏକ ଧାରା ସୃଷ୍ଟି କରନ୍ତୁ

ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ ପିସି ଜୀବନକୁ ସମନ୍ୱିତ କରିବା ପାଇଁ ସହାୟକ ହୋଇଥାଏ। କାର୍ଯ୍ୟ ପାଇଁ ଜଣେ ଏକ ପିସିରେ କାର୍ଯ୍ୟ ତାଲିକା ସୃଷ୍ଟି କରିପାରିବେ ଏବଂ ଠିକ୍ ସମୟରେ ଏହା କାର୍ଯ୍ୟକାରୀ କରି ଉପାଦେୟତା ବଜାୟ ରଖିବା ସୁନିଶ୍ଚିତ କରିପାରିବେ। ଘରେ ପିସି ଆପଣ ଯାହା ବାଛନ୍ତି, ହୋମ୍ ୱାର୍କ ଯୋଜନା କରିବାଠାରୁ ଛୁଟି ପାଇଁ ବ୍ୟୟ ଅଟକଳ ପର୍ଯ୍ୟନ୍ତ ସବୁକିଛି ସମାଧାନ କରିବାରେ ସହାୟକ ହୋଇଥାଏ।

ଯେତେବେଳେ ଆପଣଙ୍କର ଏକ ପିସି ରହିଥାଏ, ଆପଣ ଯାହା କରିବାକୁ ଚାହାଁନ୍ତି ତାହା ଆପଣଙ୍କ ନିୟନ୍ତ୍ରଣରେ ରହିଥାଏ ଏବଂ ଆପଣ ସଶକ୍ତ ହୋଇଥାନ୍ତି - ଏହା ଏକ କ୍ଷୁଦ୍ର ଅବଧିର ପାଠ୍ୟକ୍ରମ ହେଉ କିମ୍ବା ନିଜର ବ୍ୟବସାୟ ହେଉ କିମ୍ବା ଚାକିରି ହେଉ। ତେଣୁ ସନ୍ତୁଳନ ପାଇଁ ଆପଣଙ୍କୁ ପ୍ରଥମ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।