ଅନ୍ଲାଇନ୍ରେ ତଥ୍ୟ ଠାରୁ କଳ୍ପିତ ବିଷୟକୁ ଅଲଗା କରିବାର ତିନୋଟି ରାସ୍ତା

 

ଔପଚାରିକଭାବେ କୋଲିନ୍ ଡିକ୍ସନାରୀରେ 2017 ମସିହାପାଇଁ ୱାର୍ଡ(ଏସ୍) ଅଫ୍ ଦି ୟର୍ ବୋଲି ନାମିତ, “ମିଥ୍ୟା ଖବର” ହେଉଛି ସେହି ଖବର ଯାହା ଅଯଥା ଚାପ, ଭୟ ଓ ଦ୍ୱନ୍ଦ ସୃଷ୍ଟି କରିଥାଏ । [1]

ବେଳେବେଳେ ପୁରୂଣା ଖବରଗୁଡିକୁ ଲାଇଭ୍ ବ୍ରେକିଙ୍ଗ୍ ନାମରେ ରିପେକେଜ୍ କରାଯାଇଥାଏ, ବିଭ୍ରାନ୍ତିକର ଚିତ୍ର ଓ ଭିଡିଓ ବା କିଛି ନ ହେଲେ ମଧ୍ୟ ଓଭର୍ – ଦି – ଟପ୍ ଓ ଅବିଶ୍ୱସନୀୟ ଲେଖାର ହେଡ୍ଲାଇନ୍କୁ ସୋସିଆଲ୍ ମିଡିଆ ଓ ହ୍ୱାଟ୍ସଅପ୍ ମାଧ୍ୟମରେ ବାଣ୍ଟି ଦିଆଯାଏ ।

କୌଣସି ପ୍ରକାରେ ମଧ୍ୟ, ତଥ୍ୟକୁ କଳ୍ପିତ ବିଷୟରୁ ଅଲଗା କରିବା କଷ୍ଟସାଧ୍ୟ ହୋଇଯାଏ, ବିଶେଷକରି ଛୋଟ, ସହଜରେ ପ୍ରଭାବିତ ହେଉଥିବା ପିଲାଙ୍କ ପିତାମାତା ପାଇଁ ଏହା ଚିନ୍ତାର ବିଷୟ ହୋଇଥାଏ ।

ଏଠାରେ ମିଥ୍ୟା ଖବରରେ ମିଥ୍ୟା ବିଷୟକୁ ଚିହ୍ନଟ କରିବାପାଇଁ ବ୍ୟବହାର ଦୃଷ୍ଟିରୁ ସୁବିଧାଜନକ ଏକ ଯାଞ୍ଚତାଲିକା ଆପଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି :

1) ଲେଖକ ପକ୍ଷପାତୀତା କରୁଛନ୍ତି

କୌଣସି ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ବା ବ୍ୟକ୍ତଙ୍କ ପ୍ରତି ପକ୍ଷପାତ କରିବା ହେଉଛି ଲେଖକଙ୍କ ଦୃଷ୍ଟିକୋଣ ସନ୍ତୁଳିତ ନଥିବାର ନିଦର୍ଶନ । ପ୍ରତ୍ୟେକ ଦୃଷ୍ଟିକୋଣକୁ ସମାନ ସୁଯୋଗ ନଦେବା ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ଆଂଶିକ ମତାମତ ଉପରେ ଅନ୍ୟ ମତାମତ ତୁଳନାରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା । ଏହା ସହଜରେ ଜଣେ ବ୍ୟକ୍ତିର ମତାମତକୁ ବଦଳାଇ ପାରିବ, ବିଶେଷକରି ଯଦି ପକ୍ଷପାତୀତା କରି ଲେଖାଯାଇଥିବା ବିଷୟ ସପକ୍ଷରେ ଛବି ବା ଭିଡିଓ ଆଦି ରହିଛି ।

2) ଅତିରିକ୍ତ ନାଟକୀୟ ରୂପ ଦେବା

କଳା ଧନ ଧରିବାପାଇଁ ନୂଆ ନୂଆ ମୁଦ୍ରାରେ ଜିପିଏସ୍ ଚିପ୍ ଲଗାଇବା
- ଆର୍ବିଆଇ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ହେଉଛି ଏକ ମିଥ୍ୟା ଖବର [2] 

ରାଷ୍ଟ୍ରପତି କୋବିନ୍ଦଙ୍କ ଏକ ଘଣ୍ଟାରେ 3 ମିଲିୟନ୍ ନୂଆ ଫଲୋଅର୍ ସୃଷ୍ଟି
- ପ୍ରତ୍ୟେକ ଭାରତୀୟ ରାଷ୍ଟ୍ରପତି ସେହି ସମାନ ସରକାରୀ ଟ୍ୱିଟର୍ ଆକାଉଣ୍ଟ ବ୍ୟବହାର କରନ୍ତି । ରାଷ୍ଟ୍ରପତି କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଫଲୋଅପ୍ଗୁଡିକୁ ଉତ୍ତରାଧୀକାରୀ ସୂତ୍ରରେ ପାଇଛନ୍ତି । [3]

ହରିୟାଣାର ଜସ୍ଲିନ୍ କୌର 2030ରେ ମଙ୍ଗଳ ଯାତ୍ରା କରିବାପାଇଁ ନାସା (NASA) ଦ୍ୱାରା ବଛାଯାଇଛନ୍ତି ।
- ଏହି ପିଏଟ୍ଡି ଛାତ୍ରୀ ଓ ଗବେଷକ ସ୍ପଷ୍ଟ କରିଛନ୍ତି ଯେ ସେ ଏବେ ମଧ୍ୟ ଜଣେ “ଆଶାୟୀ ମହାକାଶଚାରୀ” । [4]

ଯେକୌଣସି ବିଷୟ ଯାହା ଅତିରଞ୍ଜିତ ବା ଅତ୍ୟଧିକ ମନେହେଉଛି, ତାହା ମିଥ୍ୟା ଖବର ଅଟେ । ଗୋଟିଏ କିମ୍ବା ଦୁଇଟି ବାକ୍ୟ ହୋଇଥିଲେ ଚଳିବ କିନ୍ତୁ ଯେତେବେଳେ ସମ୍ପୂର୍ଣ୍ଣ ଲେଖାଟି ମିଥ୍ୟା, ଅସଂଶୋଧିତ ଦାବିରେ ପୂର୍ଣ୍ଣ ହୋଇଥିବ, ସେତେବେଳେ ଏହା ବିପଦପୂର୍ଣ୍ଣ ଅଟେ ।

3) କେବଳ ଗୋଟିଏ ଉତ୍ସ ଉପଲବ୍ଧ ଅଛି

ଯଦି ଆପଣ ଅନ୍ଲାଇନ୍ରେ ସେହିପରି ଆଉଗୋଟିଏ କାହାଣୀ ପାଇପାରୁନାହାନ୍ତି ବା ଯଦି ସେହି ଲେଖାରେ ରହିଥିବା ତଥ୍ୟକୁ ସଂଶୋଧିତ କରିବାପାଇଁ ଅନ୍ୟ କୌଣସି ଉତ୍ସ ଉପଲବ୍ଧ ନାହିଁ ତେବେ ତାହା ମିଥ୍ୟା ହୋଇପାରେ । ଯଦି ସମସ୍ତ ପ୍ରମୁଖ ପ୍ରକାଶନ ଏହା ବିଷୟରେ ଆଲୋଚନା କରୁନାହାନ୍ତି, ତେବେ ଏପରି ହେବା ସମ୍ଭବ ଯେ ଏହା କେବଳ ପକ୍ଷପାତୀତା କରୁନାହିଁ ବରଂ ଯୋଜନାବଦ୍ଧଭାବେ ଜନସାଧାରଣଙ୍କ ମତାମତକୁ ପରିବର୍ତ୍ତନ କରିବାପାଇଁ କରାଯାଇଥିବା ଏକ ଚକ୍ରାନ୍ତ ।

ସନ୍ତାନ ଲାଳନପାଳନ କରିବା କଷ୍ଟସାଧ୍ୟ କାମ ଓ ଡିଜିଟାଲ୍ ମାଧ୍ୟମ ଆପଣେଇଲେ ଜଣଙ୍କୁ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ହୋଇଥାଏ । ତଥାପି, ପାଖରେ ଗୋଟିଏ ପିସି ଥିଲେ ଓ ଏହାର ପରିଚାଳନା ସଠିକ୍ଭାବେ ଜାଣିପାରିଲେ, ଆପଣ ଜଣେ ଡିଜିଟାଲ୍ ଅଭିଭାବକ ଭାବେ ଅଦୃଶ୍ୟ ଲାଭ ଉଠାଇପାରିବେ । ସୁଖଦ ଡିଜିଟାଲ୍ ଅଭିଭାବକତ୍ୱ ।