ତିନିଟି ୱେବ୍ସାଇଟ୍ ଯାହା ଆପଣଙ୍କୁ କୋଡ୍ ତିଆରି ଶିଖିବାପାଇଁ ସାହାଯ୍ୟ କରିଥାଏ

“ମଁ ଯଦି ଜଣେ ଫରାସୀ ଛାତ୍ର ହୋଇଥାନ୍ତି ଓ ମୋର ବୟସ 10ବର୍ଷ ହୋଇଥାନ୍ତା, ତେବେ ମୁ ଭାବୁଛି ଯେ ଇଂରାଜୀ ଶିଖିବା ପରିବର୍ତ୍ତେ କୋଡିଂ ଶିଖିବା ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତା । ମୁଁ ଲୋକ ମାନଙ୍କୁ ଏହା କହୁନାହିଁ ଯେ ସେମାନେ ଇଂରାଜୀ ଶିଖନ୍ତୁ ନାହିଁ – କିନ୍ତୁ ଏହା ହେଉଛି ଏପରି ଏକ ଭାଷା ଯାହା ଦ୍ୱାରା ଆପଣ ବିଶ୍ୱର 7 ବିଲିୟନ୍ ଲୋକଙ୍କ ସମ୍ମୁଖରେ ନିଜର ଭାବନାର ପରିପ୍ରକାଶ କରିବାପାଇଁ ସମର୍ଥ ହୋଇପାରିବେ । ମୁଁ ଭାବୁଛି ଯେ ବିଶ୍ୱର ସମସ୍ତ ପବ୍ଲିକ୍ ସ୍କୁଲ୍ରେ କୋଡ଼ିଂ ବିଷୟ ରହିବା ଆବଶ୍ୟକ”, – ଟିମ୍ କୁକ୍, ସିଇଓ (ଆପଲ୍ ଇଙ୍କ୍) [1]

କୋଡର୍ ଏକ ରୋବଟ୍ ନୁହେଁ । ଏହା ଏକ ସାଇବର୍ଗ ବା ଅତି “କୁତ୍ରିମ” ଜିନିଷ ମଧ୍ୟ ନୁହେଁ । ସେ(ପୁରୁଷ ବା ସ୍ତ୍ରୀ) ହେଉଛି ଆପଣଙ୍କ ପାର୍ଶ୍ୱରେ ବସିଥିବା ଜଣେ ମଣିଷ ପରି, ଆପଣଙ୍କ ପ୍ରିୟ ବନ୍ଧୁ ବା ଆପଣଙ୍କ ପଡୋଶୀ ଯିଏ ସମ୍ପୂର୍ଣ୍ଣଭାବେ ଜଣେ ଭାବୁକ ଓ ଯିଏ ଏହିପରି କୋଡ୍ ଲେଖିପାରେ ଯାହା ବିଶ୍ୱରେ ସମସ୍ତେ ସହଜରେ ବୁଝିପାରିବେ । ଆପଣ କିପରି ଭାବେ ଆରମ୍ଭ କରିବେ ତାହା ଏଠାରେ ଦିଆଯାଇଛି :

ମୂଳରୁ ଆରମ୍ଭ କରନ୍ତୁ

ଏହା 45 ମିଲିୟନ୍ରୁ ଅଧିକ ଶିକ୍ଷାର୍ଥୀଙ୍କ ସହିତ କୋଡ୍ଏକାଡେମୀ ହେଉଛି କୋଡିଂ ଶିକ୍ଷା କରିବା ପାଇଁ ସବୁଠାରୁ ଜନପ୍ରିୟ ଉତ୍ସ, ଯାହା ଏହାର ସରଳୀକୃତ ଇଣ୍ଟର୍ଫେସ୍ ଓ ପଥ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇପାରିଛି । ପ୍ରତି ପାଠ୍ୟକ୍ରମକୁ କିଭଳି ଆଉ ଏକ ଉନ୍ନତ ଆପ୍ ତିଆରି କରା ଯାଇପାରିବ ସେ ବିଷୟରେ ପ୍ରଶିକ୍ଷିତ କରିବା ପରିବର୍ତ୍ତେ, ଭିନ୍ନ ଦୃଷ୍ଟିକୋଣରୁ ଭାବିବା ପାଇଁ ଆପଣଙ୍କ ମସ୍ତିଷ୍କକୁ ପ୍ରଶିକ୍ଷିତ କରିବା ପାଇଁ ଓ ଏହା ଶିଖିବା ପାଇଁ ପ୍ରସ୍ତୁତ କରାଯାଇଛି ।

ଆପଣ ଜଣେ ପେସାଦାର ହେବା ପର୍ଯ୍ୟନ୍ତ ଖେଳନ୍ତୁ

କିଛି ଗୋଟିଏ ନୂଆ ଶିଖିବା ହେଉଛି ଉଭୟ ଉତ୍ସାହ ଓ ଭୟର ମିଶ୍ରଣ । କୋଡିଂ ଏହାଠାରୁ କିଛି ଅଲଗା ନୁହେଁ ଯେହେତୁ ଏଠାରେ ମଧ୍ୟ ଅନେକ ବିଷୟରେ ଶିକ୍ଷା ଲାଭ କରିବାକୁ ଅଛି । କୋଡ୍ ର ବିଶ୍ୱ-ପ୍ରସିଦ୍ଧ “ଆୱାର୍ ଅଫ୍ କୋଡ୍” ଜାଣିବାପାଇଁ 1ଘଣ୍ଟା ସମୟ ଦେଇ ଆପଣ ଆରମ୍ଭ କରନ୍ତୁ ଓ ଦେଖନ୍ତୁ ଯେ ଏହା ଆପଣଙ୍କ ପାଇଁ ଉଦ୍ଦିଷ୍ଟ କି ନୁହେଁ ଓ ଏଥିରେ ଥିବା ଅନେକ ଗେମ୍ ଖେଳି ଭରପୂର୍ ଆନନ୍ଦ ଲାଭ କରିବା ସହିତ ଅଭ୍ୟାସ ମଧ୍ୟ କରନ୍ତୁ । ଏଠାରେ କ୍ଲାସିକ୍ ମାଇନ୍କ୍ରାଫ୍ଟ ଠାରୁ ଆରମ୍ଭ କରି ଆପଣଙ୍କ ନିଜସ୍ୱ ଗେମ୍ ନିର୍ମାଣ କରିବା ପର୍ଯ୍ୟନ୍ତ – ସମସ୍ତଙ୍କ ପାଇଁ କିଛି କିଛି ରହିଛି ।

ଆପଣଙ୍କ ନିଜର ସୃଷ୍ଟିକୁ କୋଡ୍ କରନ୍ତୁସ

ସ୍କ୍ରାଚ୍ – ଏମ୍ଆଇଟି ମିଡିଆ ଲାବ୍ର ଏକ ଉଦ୍ୟମ, ଯାହା ହେଉଛି ଆପଣଙ୍କ ସ୍ୱଲିଖିତ କାହାଣୀ, ଗେମ୍, ଆନିମେସନ୍ ଆଦିକୁ ଜୀବନ ପ୍ରଦାନ କରିବା ପାଇଁ ଏକ ଗୋ-ଟୁ ୱେବ୍ସାଇଟ୍ । ଉପଯୁକ୍ତ ପରିମାଣର କମାଣ୍ଡ ବ୍ୟବହାର କରି ଆଡଭାନ୍ସଡ୍ ଲାଙ୍ଗୁଏଜ୍ ସମ୍ବନ୍ଧୀୟ ମୂଳ ନିୟମମାନ ଜାଣିବା ସହିତ ଆପଣ ଯାହା ଇଚ୍ଛା ତାହା ସୃଷ୍ଟି କରିପାରିବେ । ଏହା ସହିତ, ଅନ୍ଲାଇନ୍ରେ କୋଡର୍ମାନଙ୍କର ଏକ ସମୁଦାୟ ଉପଲବ୍ଧ ରହିବେ, ଯେଉଁମାନେ ଆପଣଙ୍କୁ ପ୍ରୟୋଗାତ୍ମକ ଉପଦେଶମାନ ପ୍ରଦାନ କରିବେ ଓ ପ୍ରୋଜେକ୍ଟ ସମ୍ବନ୍ଧୀୟ ଅଭିମତ ମଧ୍ୟ ଦେବେ ।

ଯେ କେହି ଚାହିଁଲେ କୋଡ୍ କରିବା ଶିକ୍ଷା କରିପାରିବେ, ଏଥିପାଇଁ ଆପଣଙ୍କ ପାଖରେ ସଠିକ୍ ପିସି ଥିବା ଆବଶ୍ୟକ । କିଛି ଘଣ୍ଟା ମଧ୍ୟରେ, ଆପଣ ଏ ସମ୍ବନ୍ଧୀୟ ମୌଳିକ ତଥ୍ୟ ମାନ ଜାଣିପାରିବେ ଓ କିଛି ସପ୍ତାହ ମଧ୍ୟରେ, ଆପଣ ବିଗିନର ୱେବସାଇଟ୍ ଓ ଆପ୍ ତିଆରି କରିପାରିବେ ।