ଆପଣଙ୍କ ପିଲାମାନେ ଯେଉଁ ୱେବସାଇଟରୁ ଶିକ୍ଷା କରିବାକୁ ପସନ୍ଦ କରିବେ: ବୟସ ଅନୁଯାୟୀ ମାର୍ଗଦର୍ଶିକା

 

ଆପଣଙ୍କ ସନ୍ତାନଙ୍କ ପାଇଁ ଆପଣ ଗୋଟିଏ ପିସି କିଣିଛନ୍ତି ଏବଂ ଆପଣଙ୍କ ସନ୍ତାନ କିପରି ଏହା ସାହାଯ୍ୟରେ ଶିକ୍ଷା କରିବ ଦେଖିବା ପାଇଁ ଅଧୀର ହେଉଛନ୍ତି। କିନ୍ତୁ, ଆପଣ କିପରି ଭାବରେ ପିସି -ସମର୍ଥ ଶିକ୍ଷା ଲାଭ ପ୍ରକ୍ରିୟା ଆରମ୍ଭ କରିପାରିବେ? ଏଠାରେ ଆପଣଙ୍କ ଶିଶୁର ଆରମ୍ଭ ପାଇଁ ବୟସ ଅନୁଯାୟୀ ମାର୍ଗଦର୍ଶନ ଦିଆଯାଇଛି।

5-7 ବର୍ଷ

କୌତୁକ ଓ ଶିକ୍ଷାଲାଭ ମଧ୍ୟରେ ସନ୍ତୁଳନ ରଖୁଥିବା ଗେମ୍ ସହିତ, ଲର୍ଣ୍ଣିଂ ଗେମ୍ ସ ଫର୍ କିଡ୍ ସ, ଆପଣଙ୍କର ଶିଶୁକୁ ସ୍କୁଲରୁ ଫେରିବା ପରେ ଅଭ୍ୟସ୍ତ ରଖିବାର ଉପାୟ ହେବା ଉଚିତ୍। ଏହି ଗେମ୍ ଗୁଡ଼ିକ ମାଧ୍ୟମରେ ଆପଣଙ୍କ ଶିଶୁ କେବଳ ଗେମ୍ ଖେଳନ୍ତି ନାହିଁ, ନୂଆ ନୂଆ କଥା ଶିଖିଥାନ୍ତି ଓ ଅଧ୍ୟୟନ ସହିତ ଏକ ଅନୁକୂଳ  ଓ ଦୀର୍ଘସ୍ଥାୟୀ ସମ୍ପର୍କ ସୃଷ୍ଟି ହୋଇଥାଏ। ସମସ୍ତ ଗେମ୍ ର ସବୁଠାରୁ ଶ୍ରେଷ୍ଠ ଅଂଶ ହେଉଛି ସେଗୁଡ଼ିକ ବୟସ ଅନୁଯାୟୀ ବିଭକ୍ତ କରାଯାଇଥାଏ ଏବଂ ଅକ୍ଷର କ୍ରମ ଅନୁଯାୟୀ ସମସ୍ତ ଗେମ୍ ଦେଖିବାର ବିକଳ୍ପ ରହିଥାଏ।

8-10 ବର୍ଷ

ଅପଟୋଟେନ୍ ସ ଏକ ସହଜ ନାଭିଗେସନ୍ ଏବଂ ରଙ୍ଗୀନ ଆନିମେସନ୍ ଯାହାକି ୱେବସାଇଟକୁ ପିଲାମାନଙ୍କ ମଧ୍ୟରେ ସୁପରହିଟ୍ କରିଛି, ବିଶେଷକରି କ୍ଷୁଦ୍ର ବିଷୟଭିତ୍ତିକ ଭିଡ଼ିଓ। ଏହି ଭିଡ଼ିଓଗୁଡ଼ିକରେ ବ୍ୟବହୃତ ଭାଷା ବନ୍ଧୁତ୍ୱପୂର୍ଣ୍ଣ ଓ ଆଶ୍ୱାସନା ପ୍ରଦାନକାରୀ ହୋଇଥାଏ, ଅଧିକାଂଶ ଛାତ୍ରଛାତ୍ରୀ ଅନୁଭବ କରିଥାନ୍ତି ଯେ ସେମାନଙ୍କୁ କେହି ଜଣେ ବନ୍ଧୁ ବୁଝାଇ ଦେଉଛି, ବିଷୟଗୁଡ଼ିକ ଏପରି ବର୍ଣ୍ଣନା କରାଯାଇଥାଏ ଯେ ସହଜରେ ମନେ ରଖିହୁଏ ଓ ସେମାନଙ୍କ ପାଇଁ ଉପଭୋଗ୍ୟ ହୋଇଥାଏ। ଏଠାରେ ମଧ୍ୟ ବିଷୟକୁ ଅଧିକ ସରଳ କରୁଥିବା ଇଣ୍ଟରଆକ୍ଟିଭ୍ କଲରିଂ ସିଟ୍ ଏବଂ ଗେମ୍ ବିଭାଗ ରହିଛି।

10-12 ବର୍ଷ

ଏହି ବୟସରେ ପିଲାମାନଙ୍କର ଶବ୍ଦ ଜ୍ଞାନ ଓ ବୀଜଗଣିତର ମୌଳିକ ସୂତ୍ର ଜ୍ଞାନ ରହିଥାଏ, ସେମାନେ ବିଦ୍ୟାଳୟରେ ପଢ଼ାଯାଉଥିବା ବିଷୟଗୁଡ଼ିକ ଅଧିକ ଗଭୀର ଭାବରେ ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି। ଏଠାରେ ପିଲାମାନଙ୍କୁ ଆକର୍ଷିତ କରିଥାଏ ୱଣ୍ଡରପୋଲିସ। ଆପଣଙ୍କ ସନ୍ତାନମାନେ ସେମାନେ ଜାଣିବାକୁ ଚାହୁଁଥିବା ଯେକୌଣସି ଶବ୍ଦ ଖୋଜିପାରିବେ କିମ୍ବା ୱେବସାଇଟରେ ଫିଚର ହୋଇଥିବା କୌଣସି ବିଷୟରେ ଅଧିକ ଜାଣିବାକୁ ପ୍ରୟାସ କରିପାରିବେ କିମ୍ବା ଗୁରୁତ୍ୱପୂର୍ଣ୍ଣ ଜିନିଷର ବାସ୍ତବ ପ୍ରୟୋଗ ବିଷୟରେ ଅବଗତ ହୋଇପାରିବେ।

12 ବର୍ଷ ଏବଂ ତଦୁର୍ଦ୍ଧ୍ୱ

ଯଦି ଆପଣଙ୍କ ସନ୍ତାନ ପାଇଁ ଗୋଟିଏ ୱେବସାଇଟ୍ ରହିଛି ସେ ଏହାକୁ ପିସି ବ୍ରାଉଜରରେ ରିଭିଜନ୍ ପାଇଁ ବୁକ୍ ମାର୍କ କରିବା ଉଚିତ୍, ଏହା ବିଷୟକୁ ଭଲ ଭାବରେ ମନେ ରଖିବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟଭିତ୍ତିକ ଫ୍ଲାସକାର୍ଡ ପାଇଁ ବ୍ରେନସ୍କେପ୍ ହୋଇଥିବ। ଆପଣଙ୍ କ ସନ୍ତାନ ପରୀକ୍ଷା ପୂର୍ବରୁ ସେମାନଙ୍କର ଜ୍ଞାନ ପରୀକ୍ଷା କରି ଦେଖିପାରିବେ ଏବଂ ଫଳାଫଳ ଅନୁଯାୟୀ ସୁଧାର ଆଣିବା ପାଇଁ ଉଦ୍ୟମ କରିପାରିବେ।

ସାମାନ୍ୟ ଉତ୍ସୁକତାର ସହିତ ଆପଣଙ୍କ ସନ୍ତାନ ବହୁତ କଥା ଜାଣିପାରିବେ, କେବଳ ମନରେ ଗୋଟିଏ ଯାଞ୍ଚ ତାଲିକା ରଖନ୍ତୁ ଯାହାଫଳରେ ଆପଣଙ୍କ ସନ୍ତାନଙ୍କ ପାଇଁ ଶ୍ରେଷ୍ଠ ବିଷୟ ମିଳିପାରିବ।:)