ଆପଣ କେଉଁ ପ୍ରକାରର ଛାତ୍ର?

ଆପଣ ଜଣେ ସାମାଜିକ ପ୍ରଜାପତି ହୋଇପାରନ୍ତି ଯେ କି ଶ୍ରେଣୀରେ ସ୍ମାର୍ଟ ହୋଇଥାନ୍ତି କିମ୍ବା ଉଭୟରେ ଧୁରନ୍ଧର ହୋଇଥାନ୍ତି, ଜାଣିବା ପାଇଁ ପଢ଼ନ୍ତୁ!

1) ସାମାଜିକ ପ୍ରଜାପତି

ଆପଣ ହେଉଛନ୍ତି ଜନ୍ମରୁ ନେତା, ଆପଣଙ୍କର ବହୁ ଅନୁରକ୍ତ ଅନୁଗାମୀ ରହିଥାନ୍ତି ଏବଂ ଆପଣଙ୍କ ଭିତରେ ପ୍ରଚୁର ଉର୍ଜ୍ଜା ରହିଥାଏ। ସମସ୍ତେ ଆପଣଙ୍କ ନାମ ଜାଣନ୍ତି...

2) ମିସ୍ ସାଏ (ଲଜ୍ଜ୍ୟାବତୀ)

ଆପଣ ନିହାତି ଆବଶ୍ୟକ ପଡ଼ିଲେ କଥାବାର୍ତ୍ତା କରିଥାନ୍ତି କିମ୍ବା ଆପଣଙ୍କ ବିଷୟରେ ଅନ୍ୟମାନେ କ’ଣ ଭାବିବେ ସେ ବିଷୟରେ ଚିନ୍ତା କରି ଡରିଯାନ୍ତି- ଠିକ୍ ଅଛି, ପ୍ରତ୍ୟେକ କୌଣସି ନା କୌଣସି ସ୍ଥାନରୁ ଆରମ୍ଭ କରିଥାନ୍ତି।

3) ସ୍ମାର୍ଟି

ଆପଣଙ୍କ କ୍ଷମତା ବିଷୟରେ ଆପଣ ଜାଣନ୍ତି।
ସବୁବେଳେ ଆପଣଙ୍କ ନୋଟ୍ର ଚାହିଦା ରହିଥାଏ।

4) ଦୃଢ଼ ଏବଂ ନିରବ

ଆପଣ ହେଉଛନ୍ତି ଲଜ୍ଜ୍ୟାବତୀ ଏବଂ ସ୍ମାର୍ଟିର ସମାହାର- ଲୋକେ ବହୁ ସମୟରେ ଆପଣଙ୍କୁ ସବୁ ଜିନିଷରେ ଆଗରେ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।

5) କୋଶ୍ଚିନ୍ ମାଷ୍ଟର (ପ୍ରଶ୍ନ ପେଡି)

ଶିକ୍ଷକମାନଙ୍କର ଆପଣଙ୍କ ପ୍ରତି ଭଲପାଇବା/ଘୃଣା ସମ୍ପର୍କ ରହିଥାଏ କାରଣ ଆପଣ ବହୁ ସମୟରେ ନିର୍ଦ୍ଦିଷ୍ଟ ବିଷୟଭିତ୍ତିକ କିମ୍ବା ଅବାନ୍ତର ପ୍ରଶ୍ନ ପଚାରିଥାନ୍ତି ଏବଂ ପ୍ରଶ୍ନ ପଚାରିବା ପାଇଁ ସଙ୍କୋଚ ଅନୁଭବ କରନ୍ତି ନାହିଁ।

ତେବେ ଆପଣ ଏହା ମଧ୍ୟରୁ କେଉଁ ଚରିତ୍ରଟି?

ଜଣେ ଛାତ୍ରଛାତ୍ରୀଙ୍କ ବିଷୟରେ ସବୁଠାରୁ ବଡ଼ କଥା ହେଉଛି ଯେ ଆପଣ କ୍ରମାଗତ ଭାବରେ ନିଜର ଜ୍ଞାନ ବୃଦ୍ଧି କରିବା ପାଇଁ ଉଦ୍ୟମ କରିଥାନ୍ତି। ଯେତେବେଳେ ଆପଣଙ୍କ ପାଖରେ ସଠିକ୍ ଉତ୍ସ ଏବଂ ମାନସିକତା ରହିଥାଏ ଆପଣ ସଫଳତା ହାସଲ କରିଥାନ୍ତି। ଘରେ ଏବଂ ବିଦ୍ୟାଳୟରେ ଏକ ପିସି ପ୍ରତି ଆକ୍ସେସ୍, ମନ ଭିତରେ ଏକ ଯୋଜନା ଏବଂ ପ୍ରୋତ୍ସାହନ ରହିଥିଲେ ଆପଣଙ୍କ ପାଖରେ ଶିକ୍ଷା କ୍ଷେତ୍ରରେ ସାଫଲ୍ୟ ଅର୍ଜନ ସହଜ ହୋଇଥାଏ।