କେଉଁ ବିଷୟ ଜଣେ ଭଲ ଶିକ୍ଷକଙ୍କୁ ମହାନ୍ କରି ତୋଳେ?

 

 

‘‘ଶିକ୍ଷାଦାନ ହେଉଛି ଏପରି ବୃତ୍ତି ଯାହାକି ଅନ୍ୟ ସମସ୍ତ ବୃତ୍ତିକୁ ସୃଷ୍ଟି କରିଥାଏ।’’
– ଅଜ୍ଞାତ [1]

ଜଣେ ଶିକ୍ଷକଙ୍କୁ କେଉଁ ବିଷୟ ମହାନ୍ କରିଥାଏ? ଜଣେ ପିତା/ମାତା କହନ୍ତି, ଏ ହେଉଛିନ୍ତି ସେ ବ୍ୟକ୍ତି ଯେ କି ପିଲାମାନଙ୍କ ମଧ୍ୟରେ ଶିକ୍ଷାଗତ ସମ୍ଭାବନାକୁ କ୍ରମାଗତ ଭାବରେ ଏବଂ ସାଧ୍ୟ ମତେ ବିକଶିତ କରିଥାନ୍ତି। ଅନ୍ୟ ପକ୍ଷରେ ଜଣେ ଛାତ୍ର କହନ୍ତି ଯେ ଜଣେ ମହାନ୍ ଶିକ୍ଷକ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଦୈନନ୍ଦିନ ଜୀବନରେ ହସ କୌତୁକ ସହ ପ୍ରକୃତରେ ଜଟିଳ ବିଷୟକୁ ସରଳ ଭାବରେ ବୁଝିବାରେ ଓ ମନେରଖିବାରେ ସାହାଯ୍ୟ କରିଥାନ୍ତି।

ତେଣୁ, କେଉଁ ବିଷୟ ଜଣେ ଭଲ ଶିକ୍ଷକଙ୍କୁ ମହାନ୍ କରି ତୋଳେ?

1. ସେମାନଙ୍କର ଲକ୍ଷ୍ୟ ରହିଥାଏ

ଆପଣ ଯେତେବେଳେ ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ଆପଣଙ୍କର ଏକ ଦୀର୍ଘକାଳୀନ ଆଭିମୁଖ୍ୟ ରହିଥାଏ। ଆପେ ଆପେ ପ୍ରୋତ୍ସାହନ ଓ କାର୍ଯ୍ୟାନ୍ୱୟନ ଅନୁସରଣ କରେ। ଉଚ୍ଚ ପ୍ରତ୍ୟାଶା ଧାର୍ଯ୍ୟ କରିବା ଦ୍ୱାରା ଆପଣ ନିଜକୁ ବାସ୍ତବ ଦିଗ୍ ଦର୍ଶନ ଦେଇଥାନ୍ତି।

2. ପ୍ରତି ଶ୍ରେଣୀ ପାଇଁ ପ୍ରସ୍ତୁତ ହେବା

କାର୍ଯ୍ୟ ଯୋଜନା ବ୍ୟତୀତ ଲକ୍ଷ୍ୟ କଣ ହୋଇଥାଏ? କେବଳ ଏକ ସ୍ୱପ୍ନ! ଏହି କାରଣରୁ ଶିକ୍ଷାଦାନରେ ଅଧ୍ୟାୟ ଯୋଜନା ବା ଲେସନ୍ ପ୍ଲାନିଂ ଅନ୍ୟତମ ନିର୍ଣ୍ଣାୟକ କାର୍ଯ୍ୟ ହୋଇଥାଏ। ଏହା ଠିକ୍ ପ୍ରକୃତ କାର୍ଯ୍ୟ ପୂର୍ବରୁ ଡ୍ରେସ୍ ରିହର୍ସାଲ୍ ସଦୃଶ ହୋଇଥାଏ।
ଏଠାରେ ଆପଣଙ୍କ ପାଇଁ ଏକ ଆରମ୍ଭ ବିନ୍ଦୁ ରହିଛି: ଅଧ୍ୟାୟ ଯୋଜନା ପାଇଁ ଆପଣଙ୍କ ପାଇଁ ଆବଶ୍ୟକ ୫ ପଏଣ୍ଟ ଚେକ୍ ଲିଷ୍ଟ୍

3. ସେମାନେ ଶୁଣନ୍ତି

ଏହି ବିଷୟ ଆମେ ଅଣଦେଖା କରିଥାଉ। ଏହା କେବଳ ଆମ କାନରେ ବାଜିଥାଏ ଆମେ ଶୁଣିନଥାଉ। ବର୍ଷ ବର୍ଷରୁ ଅଧ୍ୟୟନରୁ ଜଣାପଡ଼ିଛି ଯେଉଁ ଶିକ୍ଷକମାନେ କଥାବାର୍ତ୍ତାରେ ଛାତ୍ରଛାତ୍ରୀଙ୍କୁ ମଗ୍ନ କରି ରଖିବା ପାଇଁ ଏକ ସମ୍ପର୍କ ତିଆରି କରିବା ପାଇଁ ପ୍ରୟାସ କରିଥାନ୍ତି ଏବଂ ସେମାନଙ୍କର ଯାହା କହିବାର ଥାଏ ସେଥିରେ ରୁଚି ରଖିଥାନ୍ତି ଏବଂ ସେମାନଙ୍କ ପ୍ରଶ୍ନକୁ ଆଗ୍ରହର ସହିତ ଶୁଣିଥାନ୍ତି - ସେମାନେ ଶ୍ରେଣୀରେ ଭଲ ଶିକ୍ଷାଦାନ କରିଥାନ୍ତି ଏବଂ ଛାତ୍ରମାନଙ୍କୁ ଅଧିକ ମଗ୍ନ କରି ରଖିଥାନ୍ତି।

4. ସେମାନେ ତାଙ୍କର ଶିକ୍ଷାଦାନର ଜୀବନକୁ ବାସ୍ତବ ଜୀବନ ସହ ସଂଯୁକ୍ତ କରିଥାନ୍ତି।

ଏହି ସମୟରେ ପିସି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏକ ପିସି ବାସ୍ତବରେ ଜୀବନ ପାଇଁ ଶିକ୍ଷା ହୋଇଥାଏ, ଏହା ଇଣ୍ଟରଆକ୍ଟିଭ୍ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ ପାଠ୍ୟ ସାମଗ୍ରୀ ପ୍ରେଜେଣ୍ଟେସନ୍, ଭିଡିଓ, ଇନଫୋଗ୍ରାଫିକ୍ସ, ଶିକ୍ଷଣୀୟ ଗେମ୍ ଇତ୍ୟାଦି ଭାବରେ ଉପସ୍ଥାପନ କରିଥାଏ।

5. ସେମାନେ ସାରା ଜୀବନ ଶିକ୍ଷାର୍ଥୀ ହୋଇରହିଥାନ୍ତି

ଆପଣ ଶିକ୍ଷାଦାନ କ୍ୟାରିଅରରେ ଯେଉଁଠାରେ ରହିଥାଆନ୍ତୁ ନା କାହିଁକି ଆପଣ ପଢ଼ିବା ଜାରି ରଖିବା ଓ ବିଷୟବସ୍ତୁ ସହିତ ସମକାଳିନ ତଥ୍ୟ ଜାଣିବା ଉଚିତ। ପ୍ରକୃତରେ ଆପଣ ଆଉ ପାଦେ ଆଗେଇ ଯାଇପାରିବେ ଏପରିକି ଆପଣଙ୍କ ଚାରିପଟେ ଥିବା ଅନ୍ୟ ବିଷୟ ବା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ବିଷୟ ମଧ୍ୟ ଶିକ୍ଷା କରିପାରିବେ, ଯାହାକି ଆପଣଙ୍କୁ ନୂଆ ଦିଗ ପ୍ରଦାନ କରିବ। କେବଳ ସେତିକି ନୁହେଁ ଆପଣ ମଧ୍ୟ ଜ୍ଞାନ ଦୃଷ୍ଟିରୁ ପ୍ରସନ୍ନ ଅନୁଭବ କରିବେ ଏବଂ ଆପଣଙ୍କ ଯାତ୍ରା ପଥରେ କୌଣସି ସୁଯୋଗ ଆସିଲେ ତାହାର ସଦୁପଯୋଗ କରିବାକୁ ସକ୍ଷମ ହେବେ।

ସମସ୍ତ #DigitalLearning (ଡିଜିଟାଲ୍ ଲର୍ନିଂ)ସହିତ ଯେଉଁଠାରେ ଆପଣ ସମସ୍ତ ଟେକ୍ନୋଲୋଜି ବ୍ୟବହାର କରନ୍ତି, ଯାହାକି ଅନ୍ତର୍ଭୁକ୍ତ କରେ ପିସିଗୁଡ଼ିକୁ, ଆପଣ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ଶିକ୍ଷାଦାନ ଅନୁଭୂତି ପ୍ରଦାନ କରିଥାନ୍ତି।