ଆମେ କାହିଁକି ଏକ ପିସି ବ୍ୟବହାର କରିଥାଉ?
କାର୍ଯ୍ୟ କରିବା ପାଇଁ
ଅନଲାଇନରେ ବ୍ୟାଙ୍କ କାମ କରିବା ପାଇଁ
ଗେମସ୍&zwnj ଖେଳିବା ପାଇଁ
ଏକ ମୁଭି ଷ୍ଟ୍ରିମ୍ କରିବା ପାଇଁ
ଆପଣଙ୍କ ପିଲାମାନଙ୍କୁ ହୋମୱାର୍କରେ ସାହାଯ୍ୟ କରିବା ପାଇଁ
କିମ୍ବା ଉପରୋକ୍ତ ସମସ୍ତ?
ପ୍ରକୃତରେ ଉପରୋକ୍ତ ସମସ୍ତ ଆପଣଙ୍କର କୁନି କୁନି ପିଲାମାନଙ୍କ ପାଇଁ ଆହୁରି ଅଧିକ। ଶିକ୍ଷା ପାଇଁ ପିସିରୁ ଆପଣ କ&rsquoଣ ଆଶା କରିବେ ଏଠାରେ ଦିଆଯାଇଛି:
ମେକରସ୍ପେସ୍ ହେଉଛି ଏକ ସ୍ଥାନ ଯେଉଁଠାରେ ଛାତ୍ରଛାତ୍ରୀମାନେ ଏକ ପିସି ସାହାଯ୍ୟରେ ନୂଆ କଥା ତିଆରି କରିପାରିବେ, ଉଦ୍ଭାବନ କରିପାରିବେ, ଚିନ୍ତା କରିପାରିବେ, ବିଭିନ୍ନ ଟୁଲ୍ ଓ ମ୍ୟାଟେରିଆଲ୍ ବ୍ୟବହାର କରି ନୂଆ ନୂଆ କଥା ଆବିଷ୍କାର କରିପାରିବେ। ଆପଣଙ୍କ ପିଲାମାନେ କାର୍ଯ୍ୟ ଅନୁଭୂତି ସହିତ ଶିକ୍ଷା କରିବେ ଏବଂ ବିଭିନ୍ନ ସ୍କୁଲ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଆରମ୍ଭ କଲେଣି। ଟେକ୍ନୋଲୋଜିକୁ ଭଲ ପାଉଥିବା ପିଲାମାନେ ପିସି ସହିତ ମେକରସ୍ପେସ୍ ତିଆରି କରୁଛନ୍ତି ବା ଏଥିରେ ଉନ୍ନତି ଆଣୁଛନ୍ତି ଯାହାଫଳରେ ସବୁ ବୟସର ପିଲାମାନେ ଶ୍ରେଣୀଗୃହରେ ପଢ଼ାଯାଉଥିବା ବିଷୟକୁ ଦୈନନ୍ଦିନ ଜୀବନରେ ଅନୁଭବ କରିପାରିବେ।
କ୍ଲାଉଡ ଷ୍ଟୋରେଜ୍ ହେଉଛି ଏକ ଅନଲାଇନ୍ ହବ୍ ଯାହାକି ଆପଣଙ୍କ ସନ୍ତାନର ଇଣ୍ଟରନେଟ୍, ଏକ ପିସି ଏବଂ ଏକ ଇମେଲ୍ ଆଇଡିକୁ ଆକ୍ସେସ୍ ରହିଥିବା ପର୍ଯ୍ୟନ୍ତ ଆପଣ ଯେକୌଣସି ସ୍ଥାନରୁ ଡାଟା ଦେଖିପାରିବେ। ବ୍ୟବହାର ପାଇଁ ମାଗଣା ଏବଂ ଭରସାଯୋଗ୍ୟ କେତୋଟି ବିକଳ୍ପ ହେଉଛି ଡ୍ରପବକ୍ସ, ଗୁଗୁଲ ଡ୍ରାଇଭ୍, ୱାନ୍ ଡ୍ରାଇଭ୍। ସମସ୍ତ ଶିକ୍ଷଣ ସାମଗ୍ରୀ ଗୋଟିଏ ସ୍ଥାନରେ ରଖିବା ସହ କ୍ଲାଉଡ ଷ୍ଟୋରେଜ୍ ସୁନିଶ୍ଚିତ କରେ ଯେ ଉପଭୋକ୍ତା କୌଣସି ଡାଟା ହରାନ୍ତି ନାହିଁ-ଆପଣଙ୍କ ସନ୍ତାନର କଠିନ ପରିଶ୍ରମ ସୁରକ୍ଷିତ ରହିଥାଏ।
ଶ୍ରେଣୀଗୃହରେ ଘୋଷା ପାଠରେ ଧ୍ୟାନ ଦେବା ପରିବର୍ତ୍ତନ କରି କାର୍ଯ୍ୟାଭ୍ୟାସ ସହ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ପିଲାମାନଙ୍କୁ ଶ୍ରେଣୀଗୃହରେ ଅଧିକ ଉପଭୋଗ୍ୟ ଓ ପ୍ରଭାବଶାଳୀ ଭାବରେ ଶିକ୍ଷାଦେବାର ଏକ ଉପାୟ ହେଉଛି ଗେମ୍ସ। ଗେମ୍ ସବୁ ବୟସର ପିଲାମାନଙ୍କର ଶିକ୍ଷା ଓ ମନୋରଞ୍ଜନ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। କେତେକ ଉଦାହରଣ ଅନ୍ତର୍ଭୁକ୍ତ କରେ ଇଂରାଜୀ ଶବ୍ଦ ଜ୍ଞାନ ପାଇଁ ଆଲଫାବେଟ୍ ବିଙ୍ଗୋ, ଅଙ୍କ ପାଇଁ ଲେସ୍ ଦ୍ୟାନ୍ ଅର୍ ଗ୍ରେଟର ଦ୍ୟାନ୍ ଏବଂ ଭୁଗୋଳ ପାଇଁ କ୍ଲାସିକ୍ କ୍ୟାପିଟାଲ ଅଫ୍&zwnj ଦ ୱାର୍ଲଡ। ଆପଣ ପିସିରେ ଯେତେ ଅଧିକ ବିଷୟ ଖୋଜିବେ, ଆପଣ ସେତେ ଅଧିକ ବିଷୟ ପାଇବେ।
2018ର ସବୁଠାରୁ ବଡ଼ ଗ୍ରହଣୀୟ ବିଷୟ ହେଉଛି ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଏବଂ ପିସି ଏନେବଲଡ ଲର୍ଣ୍ଣିଂକୁ ଏକ ଅଭ୍ୟାସ କରି ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ