ପିତାମାତା କାହିଁକି “ସ୍କ୍ରିନ୍ ଟାଇମ୍” ଠାରୁ ଭୟଭୀତ ହେବା ଅନୁଚିତ

 

ଟିଭି
ସ୍ମାର୍ଟଫୋନ୍
ଟାବ୍ଲେଟ୍
ବିଦ୍ୟାଳୟର ପିସି
ଓ ଘରେଥିବା ପିସି&hellip..
“ସ୍କ୍ରିନ୍ ଟାଇମ୍” ସବୁଠାରେ ରହିଛି ଓ ଏହା କେବଳ ଆପଣଙ୍କ ସନ୍ତାନର ରୁଟିନ୍ ନୁହେଁ ବରଂ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନର ଅଂଶ ମଧ୍ୟ !
ଏଣୁ, ସ୍କ୍ରିନ୍ ସମୟକୁ ଭୟ କାହିଁକି ?
ଜଣେ ଅଭ୍ୟସ୍ତ ଡିଜିଟାଲ୍ ଅଭିଭାବକ ଭାବେ, ଆପଣ ନିଜ ସନ୍ତାନଙ୍କୁ ସେମାନଙ୍କ ସହପାଠୀଙ୍କ ମୁତାବକ ସହାୟତା ପ୍ରଦାନ କରିବାପାଇଁ ଓ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାପାଇଁ ମୁକ୍ତହସ୍ତରେ ପିସିକୁ ସ୍ୱାଗତ ଜଣେଇବା ସର୍ବୋତ୍ତମ ହେବ । ଆପଣ କାହିଁକି ସ୍କ୍ରିନ୍ ସମୟକୁ ଭୟ କରିବେନାହିଁ ସେଥିପାଇଁ ଏଠାରେ କେତେକ କାରଣ ଦିଆଯାଇଛି :

1) ପାଠ୍ୟ ପୁସ୍ତକ ଜୀବନ୍ତ ହୋଇ ଉଠିବେ

ଆପଣଙ୍କ ସନ୍ତାନର ବୟସ ବା ପାଠ୍ୟ ବିଷୟ ଯାହା ହେଉ ନା କାହିଁକି, ପିସି ସହିତ ଏହା ଜୀବନ୍ତ ହୋଇଉଠିବ । ଏହା ବିଷୟକୁ ବାସ୍ତବ ଜୀବନ ସହିତ ଯୋଡିବାପାଇଁ ଓ ଅଧିକ ସମୟ ପର୍ଯ୍ୟନ୍ତ ସେସବୁ ମନେରଖିବାପାଇଁ ସାହାଯ୍ୟ କରିଥାଏ । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସଂଜ୍ଞାଗୁଡିକ କେବଳ ପାଠ୍ୟବହିରେ ପଢିବା ତୁଳନାରେ ଏକ କ୍ଷୁଦ୍ର ଚଳଚିତ୍ର ଦେଖିବା ଅଧିକ ପ୍ରଭାବଶାଳୀ ହୋଇଥାଏ ଓ ଦେଖିବାକୁ ମଧ୍ୟ ଭଲ ଲାଗିଥାଏ ।

2) ଖେଳସମୟ କେବଳ ଖେଳିବା ସମୟ ନୁହେଁ

ଦିନବ୍ୟାପି ବିଦ୍ୟାଳୟକୁ ଯିବା, ପୂରାଦିନ ଶ୍ରେଣୀରେ ରହିବା, ଟ୍ୟୁସନ୍, ପାଠ୍ୟକ୍ରମ ବାହାର ଗତିବିଧି, ଖେଳ ଆଦିରେ ଭାଗ ନେବାପରେ – ଆପଣଙ୍କ ସନ୍ତାନ ପରଦିନ ପୁଣି ସକ୍ରିୟ ହେବାପାଇଁ ବିଶ୍ରାମ କରିବା ଆବଶ୍ୟକ । ଏକ ଘଣ୍ଟାର ଖେଳ ଆପଣଙ୍କ ସନ୍ତାନକୁ ଚାପମୁକ୍ତ କରିବାପାଇଁ ସଠିକ୍ ମାଧ୍ୟମ । ଏହାସହିତ ସେମାନଙ୍କ ସମସ୍ୟା – ସମାଧାନ ଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ । ଏହା କୌଣସି ଦୃଶ୍ୟ ଆଧାରରେ ହେଇଥାଉ ବା ଗେମ୍ ଶିଖିବା ହେଉ, ଆପଣଙ୍କ ସନ୍ତାନ ସମୟକୁ ଉପଭୋଗ କରିବା ସହିତ ନୂଆ ଜିନିଷ ଶିକ୍ଷା କରିପାରୁଛନ୍ତି ।

3)ଏହା ପରିବାରର ସମୟ ମଧ୍ୟ ହୋଇପାରିବ!

ଆପଣଙ୍କ ସନ୍ତାନକୁ ସବୁବେଳେ ଏକୁଟିଆ ବସି ପିସି ସହିତ କାମ କରିବା ଆବଶ୍ୟକ ନାହିଁ, ଏପରି କିଛି ଗତିବିଧି ରହିଛି ଯାହା ପୂରା ପରିବାର ଏକତ୍ର ବସି ଉପଭୋଗ କରିପାରିବେ । ଗୋଟିଏ ଭିଡିଓକୁ ଦେଖି ଓ ସେ ବିଷୟରେ ଆଲୋଚନା କରି ଆପଣ ଚାହିଁଲେ ପିସି ଟାଇମ୍ କୁ ପାରିବାରିକ ସମୟରେ ରୂପାନ୍ତରିତ କରିପାରିବେ! ଆପଣଙ୍କୁ ପିସି ବିଷୟରେ ଜାଣିବା ପାଇଁ ସମୟ ଦେବାକୁ ହେବ ଏବଂ ଦେଖିବାକୁ ହେବ ଯେ ଆପଣଙ୍କ ପରିବାର ପାଇଁ କେଉଁଟି ଶ୍ରେଷ୍ଠ -ଯାହାକି ସବୁ ବୟସ ବର୍ଗ ପାଇଁ ଉପଯୋଗୀ ହୋଇଥାଏ।

ପିସିରେ ବସି କାମ କରିବାବେଳେ ପିଲାମାନେ ସହଜରେ ଅନ୍ୟମନସ୍କ ହୋଇପଡିବା ସମ୍ଭାବନା ରହିଛି, ବିଶେଷକରି ଯଦି ପିତାମାତା ନିୟମିତ ଯାଞ୍ଚ କରୁନାହାନ୍ତି । ପିସି ଟାଇମ୍ର ସଦ୍ଉପଯୋଗ କରିବାପାଇଁ, ଶିଖିବାପାଇଁ ଗୋଟିଏ ଉତ୍ସ ବାଛିବା ପୂର୍ବରୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ ଓ ଆପଣଙ୍କ ସନ୍ତାନ ଭବିଷ୍ୟତରେ ଜଣେ ଟେକ୍ – ସାଭି ବ୍ୟକ୍ତିରେ ପରିଣତ ହେବା ଦେଖନ୍ତୁ ।