ପିତାମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ଏକ ଶିଶୁ ପାଇଁ ସବୁଠାରୁ ବଡ଼ ଦିଗ୍ଦର୍ଶକ ହୋଇଥାନ୍ତି। ବେଳେବେଳେ ପିଲାମାନେ ବିଭିନ୍ନ ବିଷୟରେ ଜାଣିବା ପାଇଁ ପିତାମାତାଙ୍କୁ ଅନେକ ପ୍ରଶ୍ନ ପଚାରିଥାନ୍ତି। [1]
ଏହି ମାର୍ଗଦର୍ଶକମାନେ ନିର୍ଭରଯୋଗ୍ୟ ହୋଇପାରନ୍ତି କିନ୍ତୁ ସେମାନଙ୍କର ନିଜର ଅସୁବିଧା ରହିଥାଏ। ଉଦାହରଣ ସ୍ୱରୂପ ପିତାମାତା ସବୁଜିନିଷ ଜାଣିନଥାନ୍ତି ଆଉ ଶିକ୍ଷକ ଶିକ୍ଷୟତ୍ରୀ ସଦାସର୍ବଦା ଉତ୍ତର ଦେବାକୁ ପାଖରେ ନଥାନ୍ତି। ଏହା ସହିତ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷକୁ ବୁଝିବା ଓ ଗ୍ରହଣ କରିବାର ପ୍ରଣାଳୀ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ, ଅଧିକାଂଶ ରଙ୍ଗ, ଚିତ୍ର ଓ ଶବ୍ଦ ଦେଖି ଭଲଭାବରେ ବୁଝିଯାଇପାରନ୍ତି। [2] ଏଣୁ ଅତ୍ୟନ୍ତ ସୂକ୍ଷ୍ମ ଉପାୟରେ ଆମ ଶିଶୁର ଶିକ୍ଷାଲାଭର କ୍ଷମତାକୁ ସର୍ବାଧିକ କରିବା ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ଏକ ଭରସାଯୋଗ୍ୟ ବନ୍ଧୁ ଓ ସମସ୍ତ ପ୍ରଶ୍ନର ଉତ୍ତର ହେଉଛି କମ୍ପ୍ୟୁଟର।
‘‘ପିତାମାତା ସବୁଜିନିଷ ଜାଣିନଥାନ୍ତି କି ଶିକ୍ଷକମାନେ ସବୁବେଳେ ପାଖରେ ନଥାନ୍ତି।’’
ପିଲାମାନଙ୍କ ଭିତରେ ସବୁକିଛି ଜାଣିବାର ଆଗ୍ରହ ଓ ଉତ୍ସୁକତା ରହିଥାଏ। ସେମାନେ ସାରା ପୃଥିବୀ ବିଷୟରେ ଜାଣିବାକୁ ଚାହାଁନ୍ତି ଏବଂ ଅସୀମ ସମ୍ଭାବନା ବିଷୟରେ ଶିକ୍ଷା କରିବାକୁ ପ୍ରୟାସ କରନ୍ତି। ଗୋଟିଏ କମ୍ପ୍ୟୁଟର୍ ସହିତ ଜଣେ ଶିଶୁ ଇଣ୍ଟରନେଟ୍ରେ ଉପଲବ୍ଧ ବିଭିନ୍ନ ଶିକ୍ଷଣୀୟ ବିଷୟ ଆକ୍ସେସ୍ କରିପାରିବେ।
ଏହା ସହିତ କମ୍ପ୍ୟୁଟର୍ ଆପଣଙ୍କ ଶିଶୁର ବୋଧଶକ୍ତି ବିକାଶରେ ମଧ୍ୟ ସହାୟକ ହୋଇଥାଏ। 1993 ମସିହାରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେତେବେଳେ କିଣ୍ଡରଗାର୍ଟେନ୍ ଛାତ୍ରଛାତ୍ରୀମାନେ ଏକାଗ୍ର ଭାବରେ କାର୍ଯ୍ୟ କରିଥାନ୍ତି, ସେହି ସମୟ ମଧ୍ୟରୁ 90% ସମୟ କମ୍ପ୍ୟୁଟର୍ରେ ବିତାଉଥିବା ସମୟ।
ଇଣ୍ଟରଆକ୍ଟିଭ୍ ଲେସନ୍ଗୁଡ଼ିକ ବିଭିନ୍ନ ରଙ୍ଗ ଓ ଚିତ୍ର ବ୍ୟବହାର କରିଥାଏ ଯାହାକି ଶିଶୁର ବିଷୟକୁ ବୁଝିବା ଓ ସୂଚନାକୁ ମନେ ରଖିବାର ସାମର୍ଥ୍ୟ ବୃଦ୍ଧି କରିଥାଏ। ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ସମସ୍ୟା ସମାଧାନ କରିବା ଦକ୍ଷତା ବିକଶିତ କରିପାରେ ଯେଉଁଠାରେ କି କୌତୁକ ବିଷୟ ଭିତ୍ତିକ ଗେମ୍ ଆପଣଙ୍କ ଶିଶୁକୁ ପ୍ରଭାବଶାଳି ଭାବରେ ମନେରଖିବା ଓ ଜ୍ଞାନଲାଭ କରିବାରେ ସାହାଯ୍ୟ କରିପାରେ। ଏହାର ପ୍ରମାଣ ସାଇକୋଲୋଜି ଟୁଡେରେ ପ୍ରକାଶିତ ହୋଇଛି।
କମ୍ପ୍ୟୁଟର୍ ଲାଭଗୁଡ଼ିକ ଡୋଗଲାସ୍ ଏଚ୍ କ୍ଲେମେଣ୍ଟଙ୍କ ଦ୍ୱାରା ପ୍ରକାଶିତ ‘'ଦ ଏଫେକ୍ଟିଭ୍ ୟୁଜ୍ ଅଫ୍ କମ୍ପ୍ୟୁଟର୍ସ ୱିଥ୍ ୟଙ୍ଗ୍ ଚିଲଡ୍ରେନ’' ଲେଖାରେ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ସେ କହିଛନ୍ତି ‘‘ଆମେ ବିଶ୍ୱାସ କରୁଛୁ ଯେ କୁନିକୁନି ପିଲାମାନେ ନୂଆ ଉପାୟରେ - ସମସ୍ୟା ସମାଧାନ ପାଇଁ, ଚିତ୍ର ଆଙ୍କିବା ପାଇଁ ଏବଂ ଜ୍ୟାମିତି ବୁଝିବା ପାଇଁ କମ୍ପ୍ୟୁଟର ବ୍ୟବହାର କରନ୍ତି- ଯାହାକି ସେମାନଙ୍କୁ ଗାଣିତିକ ଓ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ତଥା ଜ୍ଞାନ ଲାଭରେ ସାହାଯ୍ୟ କରିପାରେ।’’
ଯେତେବେଳେ ପିତାମାତା ଟାବ୍ଲେଟ୍ ଏବଂ ଅନ୍ୟ ମୋବାଇଲ ଡିଭାଇସ୍ ପ୍ରତି ଆକର୍ଷିତ ହୋଇଥାନ୍ତି, ସେଥିରୁ ସେମାନେ ଏକ ପିସି ଯେପରି ଏକାଗ୍ର ଓ ସ୍ଥିର ପରିବେଶ ଦେଇପାରେ ପାଇ ନଥାନ୍ତି। ମୋବାଇଲ୍ ଡିଭାଇସ୍ଗୁଡ଼ିକ କୁନିକୁନି ପିଲାଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥାଏ କିନ୍ତୁ ଖୁବ୍ ଶୀଘ୍ର ସେମାନେ ଉଭୟ ଲିଖିତ ଏବଂ ମୌଖିକ ଶବ୍ଦ ଗଠନ କରିପାରନ୍ତି, ତେଣୁ ଗୋଟିଏ ପିସି ସହିତ ସେମାନଙ୍କୁ ପରିଚିତ କରାଇବା ଶ୍ରେୟସ୍କର ହୋଇଥାଏ କାରଣ ଏହା ପିଲାମାନଙ୍କୁ ପଢ଼ିବା ଓ ଲେଖିବା ମାଧ୍ୟମରେ ଶିକ୍ଷାଲାଭ କରିବାକୁ ଉତ୍ସାହିତ କରିଥାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଯେଉଁଥିପାଇଁ ଏକ ପିସି ପିଲାମାନଙ୍କର ପ୍ରଥମ ମୌଳିକ ଡିଭାଇସ୍ ହେବା ଆବଶ୍ୟକ କାରଣ ଉନ୍ନତ ଟେକ୍ନୋଲୋଜିର ଯୁଗରେ ତାହା ହେଉଛି ମୌଳିକ କିମ୍ବା ସର୍ବପ୍ରଥମ ଡିଭାଇସ୍। ଏହା ହେଉଛି ନୂତନ ସହସ୍ରାଦ୍ଧର ସମସ୍ତ ଉନ୍ନତିର ଆଧାର ଏବଂ ଏହା ଆପଣଙ୍କ ଶିଶୁ କ୍ରମେ ବ୍ୟବହାର କରିବାକୁ ଥିବା ଭବିଷ୍ୟତର ସମସ୍ତ ଡିଭାଇସ୍ ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରିଥାଏ।
ସମ୍ପୂର୍ଣ୍ଣ ସର୍ବାଧିକ ହେବା ପରେ ପ୍ରଭାବଶାଳି କମ୍ପ୍ୟୁଟର୍ ବ୍ୟବହାର ଆପଣଙ୍କ ଶିଶୁର ଅଭିବୃଦ୍ଧି ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୂଳଦୁଆ ହୋଇପାରିବ। ଏଠାରେ ଶୁଭମ୍ଙ୍କର ଉଦାହରଣ ଦିଆଯାଇଛି ଯେ କି ନାସିକ୍ର ଏକ ସ୍କୁଲରେ ପଢ଼ନ୍ତି ତାଙ୍କର ନୂଆ ପିସି କାରଣରୁ ପ୍ରାଞ୍ଜଳ ଭାବରେ ବିଷୟକୁ ବୁଝିପାରୁଛନ୍ତି।
ପିସିରେ କେବଳ ବିବିଧ ଲାଭ ରହିନଥାଏ ତାହା ସହିତ ଏହା ଅବାସ୍ତବତା ଓ ବାସ୍ତବ ଜଗତ ମଧ୍ୟରେ ଥିବା ବ୍ୟବଧାନ ଦୂର କରିଥାଏ ଯାହାକି ଶିକ୍ଷକ ଓ ପିତାମାତା ବହୁସମୟରେ କରିପାରି ନଥାନ୍ତି। ଆପଣଙ୍କ ଶିଶୁ ପାଇଁ ଗୋଟିଏ ପିସି ଆଣିବାର ନିଷ୍ପତ୍ତି ଭବିଷ୍ୟତରେ ନିଶ୍ଚୟ ଏକ ଉପାଦେୟ ନିଷ୍ପତ୍ତି ଭାବରେ ପ୍ରମାଣିତ ହେବ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ