‘‘ଯେତେବେଳେ ଆମେ ପିଲାମାନଙ୍କୁ ପରୀକ୍ଷା ନିରୀକ୍ଷା କରିାବ ପାଇଁ, ବିପଦର ଆଶଙ୍କାର ସମ୍ମୁଖୀନ ହେବା ପାଇଁ ଏବଂ ନିଜ ଚିନ୍ତାଧାରା ସହିତ ଖେଳିବା ପାଇଁ ଅନୁମତି ଦେଇଥାଉ, ଆମେ ସେମାନଙ୍କୁ ନିଜକୁ ଭରସା କରିବା ପାଇଁ ଅନୁମତି ଦେଉ। ସେମାନେ ନିଜକୁ ଶିକ୍ଷାର୍ଥୀ ଭାବରେ ଦେଖନ୍ତି, ଯାହାର ନିଜର ଚିନ୍ତାଧାରା ରହିଥାଏ ଏବଂ ଯେଉଁମାନେ ନିଜର ଚିନ୍ତାଧାରାକୁ ବାସ୍ତବରେ ରୂପାନ୍ତରଣ କରିପାରନ୍ତି।’’(୧)
- ସାଲ୍ଭିଆ ମାର୍ଟିନେଜ୍ ଏବଂ ଗ୍ୟାରୀ ଷ୍ଟେଜର
କିଛି ସୃଷ୍ଟି କରିବାର ଇଛା ହେଉଛି ମନୁଷ୍ୟର ମୌଳିକ ପ୍ରବୃତ୍ତି। ମେକରସ୍ପେସ୍ ଏପରି ଏକ ସ୍ଥାନ ଯେଉଁଠାରେ ପିଲାମାନେ ବିଭିନ୍ନ ସାଧନ ଓ ସାମଗ୍ରୀ ସୃଷ୍ଟି କରିପାରିବେ, ଏକାଠି ଯୋଡ଼ି ପ୍ରସ୍ତୁତ କରିପାରିବେ, ଆବିଷ୍କାର କରିପାରିବେ ଏବଂ ପରୀକ୍ଷାନିରୀକ୍ଷା କରିପାରିବେ। ଜଣେ ପିତାମାତା ଭାବରେ ଆପଣ ହେଉଛନ୍ତି ଆପଣଙ୍କ ସନ୍ତାନର ସବୁଠାରୁ ବଡ଼ ଗୁରୁ ଏବଂ ଆପଣଙ୍କ ଶିଶୁକୁ ମେକରସ୍ପେସ୍ କାର୍ଯ୍ୟକଳାପ କରିବାକୁ ଉତ୍ସାହିତ କଲେ ଆପଣଙ୍କ ସନ୍ତାନ ଚମତ୍କାରିତା କରି ଦେଖାଇବ।(୨)
ପରୀକ୍ଷାମୂଳକ ଶିକ୍ଷାଲାଭ ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜଗତରେ ସଫଳ ହେବା ପାଇଁ ସେମାନେ ଆବଶ୍ୟକତା ଦକ୍ଷତା ଶିଖାଇଥାଏ।(୩) ବିଷୟଜ୍ଞାନ ସହିତ ପ୍ରକୃତ ଅନୁଭୂତି ସହ ଶିକ୍ଷା କରିବା ସେମାନଙ୍କ ଭିତରେ ସ୍ୱାଧୀନଚେତା ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କୁ ଭଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ।
ବହୁ ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ପ୍ରଶ୍ନ ପଚାରିବା ପାଇଁ ଲାଜ କରିଥାନ୍ତି। ମେକରସ୍ପେସରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ପ୍ରଶ୍ନ ପଚାରିପାରିବେ ଏବଂ ଅନଲାଇନରେ ସୂଚନା ଖୋଜିପାରିବେ । ଆପଣଙ୍କ ଶିଶୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା କରିବ ଏବଂ ପୂର୍ବରୁ କେବେ ସମ୍ମୁଖୀନ ହୋଇନଥିବା ସମସ୍ୟାର ସମାଧାନ ଆବିଷ୍କାର କରିବ।(୪)
ଆପରଙ୍କ ଶିଶୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳି କିମ୍ବା ପର୍ଯ୍ୟାୟ ପରେ ପର୍ଯ୍ୟାୟ ମାର୍ଗଦର୍ଶନ ବ୍ୟତୀତ ଅନଲାଇନରେ ସନ୍ଧାନ କରିବା, ପରୀକ୍ଷା କରିବା, ଏବଂ ସେମାନେ ବିଜ୍ଞାନ ଇଞ୍ଜିନିୟରିଂ ଓ ବୁଦ୍ଧିଜୀବୀଙ୍କ ପରି ନୂଆନୂଆ ବିଷୟ ଆବିଷ୍କାର କରିବାର ଲାଭ ପାଇବେ। ଛାତ୍ରଛାତ୍ରୀମାନଙ୍କୁ କଳ୍ପନା(୫) କରିବାକୁ ଉତ୍ସାହିତ କରାଯାଏ ତେଣୁ ସେମାନଙ୍କର ବୋଧଶକ୍ତି ଓ ସୃଜନଶୀଳତା ବିକଶିତ ହୋଇଥାଏ।
ଆତ୍ମସଚେତନତା ହେଉଛି ନିଜର କ୍ଷମତା ବୃଦ୍ଧି କରିବା ଓ ନିଜର ଦୁର୍ବଳତାରେ ସୁଧାର ପାଇଁ ଉଦ୍ୟମ କରିବାର ମୂଳ ଚାବିକାଠି; ମେକରସ୍ପେସରେ ରହିଛି ପିସି ସକ୍ଷମ ଶିକ୍ଷାଲାଭ ଯାହାକି ଆପଣଙ୍କ ଶିଶୁକୁ ସୃଜନଶୀଳ, ଆତ୍ମବିଶ୍ୱାସ ସମ୍ପନ୍ନ ଓ ଶିକ୍ଷାଲାଭ ସହ ସୁସଂଗତ ହେବାରେ ସାହାଯ୍ୟ କରିଥାଏ। ଆପଣଙ୍କ ଶିଶୁ ନିଜେ ନିଜେ ନିଜର କ୍ଷମତା ଓ ଦୁର୍ବଳତାକୁ ଅନୁଭବ କରିବ ଓ ସକ୍ରିୟ ଭାବରେ ନିଜେ କଣ ଶିକ୍ଷା କରିବ ଓ କିପରି ଶିକ୍ଷା କରିବ ଦାୟିତ୍ୱ ନେବ।
ଶିକ୍ଷାଲାଭ ଯଥାର୍ଥ ମନେହୁଏ ଏବଂ ପିଲାମାନେ ପଢ଼ିବା ପାଇଁ ଚାହିଁବସନ୍ତି କାରଣ ମେକରସ୍ପେସ୍ ପିଲାମାନେ କଣ କରିବାକୁ ସକ୍ଷମ ବୁଝିବାରେ ସେମାନଙ୍କୁ ସାହାଯ୍ୟ କରିଥାଏ ଓ ଶିକ୍ଷାଲାଭକୁ ଏକ ଦୁଃସାହସିକ ଅଭିଯାନ କରି ଗଢ଼ିତୋଳିଥାଏ।(୬) ପିଲାମାନେ ନୂଆ ନୂଆ ଜିନିଷ ଖୋଜନ୍ତି ଓ ସେମାନଙ୍କ ପ୍ରୋଜେକ୍ଟରେ ସେସବୁ ବ୍ୟବହାର କରିଥାନ୍ତି।
ଦିନଶେଷରେ ବିରକ୍ତିଭାବ ପରିବର୍ତ୍ତେ ଆପଣଙ୍କ ଶିଶୁର ମୁହଁରେ ହସ ଦେଖିବାକୁ ମିଳେ ଏବଂ, ‘‘ଆଜି ସ୍କୁଲ କିପରି ଥିଲା?’’ ଆପଣଙ୍କ ପ୍ରଶ୍ନର ବିସ୍ତୃତ ଉତ୍ତର ମିଳେ।
ସର୍ବୋପରି ଆପଣଙ୍କ ଶିଶୁ ମେକରସ୍ପେସରେ କିଛି ଭଲ କାମ କରି ସମୟ କଟାଏ ଏବଂ ତାଙ୍କ ଭିତରେ ‘‘ଗଢ଼ିବାର ମାନସିକତା’’ ସୃଷ୍ଟି ହୁଏ। ଏହି ମାନସିକତା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ଏହା ବିଷୟଜ୍ଞାନକୁ କିପରି ଭାବରେ ବାସ୍ତବ ଜୀବନରେ ପ୍ରୟୋଗ କରିବେ ଜାଣିବାରେ ସହାୟକ ହୋଇଥାଏ।
ଯଦି ଆପଣଙ୍କ ସନ୍ତାନକୁ ମେକରସ୍ପେସରେ ସାମିଲ କରିବାକୁ ଚାହାନ୍ତି, #DellAarambh (ଡେଲ୍ ଆରମ୍ଭ) ବ୍ୟବହାର କରି ଆପଣଙ୍କ ଅନୁଭୂତି ଟ୍ୱିଟ୍ କରନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ