ଦେଶ ବ୍ୟାପି ରୋଟେଲର୍ଣ୍ଣିଂ ବା ଘୋଷାପାଠ ଏକ ମୁଖ୍ୟ ଧାରା ପାଲଟିଛି। କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି ପିତାମାତା ମଧ୍ୟ ପିଲାମାନଙ୍କୁ ପରୀକ୍ଷାରେ ଭଲ କରିବା ପାଇଁ କହିଥାନ୍ତି ଯେ ‘‘ଏହା ଘୋଷି ଦିଅ ପରୀକ୍ଷାରେ ପାସ୍ ହୋଇଯିବ’’।
କିନ୍ତୁ,ଏହା ଉପାଦେୟ ହୋଇଥାଏ କି?
ରୋଟେ ଲର୍ଣ୍ଣିଂ କହିଲେ ଆମେ ଗୋଟିଏ ବିଷୟକୁ ବାରମ୍ବାର ପଢ଼ି ମନେରଖିବାକୁ ବୁଝାଏ। ଯେତେବେଳେ ଅଧିକ ସମୟ ନଥାଏ ବା ଯେଉଁ ପିଲାମାନେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ସେମାନଙ୍କ ପାଇଁ ଏହା ପ୍ରଥମ ପସନ୍ଦ ହୋଇଥାଏ। ଅସୁବିଧା ହେଉଛି ଯେ ଆମେ ଯାହା ଘୋଷିଥାଉ ଅଳ୍ପ ଦିନ ପାଇଁ ମନେରହିଥାଏ ଏବଂ ପରୀକ୍ଷାରେ ଲେଖିଦେଇଥାଉ ଏବଂ ତା’ ପରେ ଭୁଲିଯାଉ।
ମନେରଖିବା ଏକ ମହତ୍ୱପୂର୍ଣ୍ଣ ଦକ୍ଷତା: ଯେମିତିକି ପାସୱାର୍ଡ, ପିନ୍, ଜନ୍ମଦିନ, ବିଭିନ୍ନ ଅକ୍ଷର ଓ ସୂତ୍ର ମନେରଖିବାକୁ ପଡ଼ିଥାଏ।(୧) କିନ୍ତୁ କୌଣସି ବିଷୟକୁ ଭଲ ଭାବରେ ବୁଝିବା ପାଇଁ ସବୁଦିନ ପାଇଁ ମନେରଖିବା କ୍ଷେତ୍ରରେ ଶୁଆ ପରି ମନେରଖିବା ଓ ସଂକ୍ଷେପଣ ବ୍ୟବହାର କରିବା ପିଲାମାନଙ୍କର ସୃଜନଶୀଳ କ୍ଷମତାକୁ ପଙ୍ଗୁ କରିଦେଇଥାଏ।
ପିତାମାତାମାନେ ଚାହାଁନ୍ତି ଯେ ପିଲାମାନେ ପରୀକ୍ଷାରେ ଭଲ କରନ୍ତୁ ଏବଂ ନିଜ ଗୋଡ଼ରେ ଠିଆ ହୁଅନ୍ତୁ। ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନରେ ରହନ୍ତୁ କିମ୍ବା ନୂଆ ଯୁଗର କ୍ୟାରିଅର୍ ବାଛନ୍ତୁ। ପିସି ସମର୍ଥ ଶିକ୍ଷାଲାଭ ହେଉଛି ଏକ ବିଳଳ୍ପ ପଦ୍ଧତି ଯାହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଉନ୍ମୋଚିତ ହୋଇଥାଏ।
ପିସି ଉଭୟେ ଘରେ ଓ ଶ୍ରେଣୀଗୃହରେ ପିଲାମାନଙ୍କୁ ସକ୍ରିୟ ଭାବରେ ପାଠରେ ମନୋନିବେଶ କରିବା ପାଇଁ ବ୍ୟବହାର କରାଯାଇପାରେ।(୩) ଏହା ପିଲାମାନଙ୍କୁ ବ୍ୟାପକ ବର୍ଗର ସମ୍ବଳ ପ୍ରତି ଉନ୍ମୁକ୍ତ କରି ସହଜରେ ପାଠ୍ୟକ୍ରମ ପୁନଃଆଲୋଚନା କରିବାକୁ ସକ୍ଷମ କରିଥାଏ ଏବଂ ସେମାନଙ୍କୁ ବିଷୟର ପ୍ରତିଟି ଦିଗ ଆବିଷ୍କାର କରିବାକୁ ଦେଇଥାଏ। ଯେତେବେଳେ ପିଲାମାନେ କେବଳ ଘୋଷି ପଢ଼ିବା ପରିବର୍ତ୍ତେ ଶିକ୍ଷାଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି ତାଙ୍କ ଉପରେ ସ୍ଥାୟୀ ତଥା ଅନୁକୂଳ ପ୍ରଭାବ ପଡ଼ିଥାଏ। ସେମାନେ ପଢ଼ୁଥିବା ନିୟମ ବା ସୂତ୍ର ଯେତେବେଳେ ବାସ୍ତବ ଜୀବନରେ ବ୍ୟବହାରରେ ଆସେ, ସମସ୍ୟା ସମାଧାନ ହୋଇଥାଏ ଏବଂ ଗଭୀର ଭାବରେ ଶିକ୍ଷା କରିବା ପାଇଁ ଆଗ୍ରହ ସୃଷ୍ଟି କରିଥାଏ। ପିଲାମାନେ ଏହି ବିଧି ବ୍ୟବହାର କରି ମୂଳ ବିଷୟରେ ଦକ୍ଷତା ହାସଲ କରିଥାନ୍ତି ଓ ଏହା ସେମାନଙ୍କ ଉପରେ ନିଶ୍ଚୟ ବ୍ୟାପକ ପ୍ରଭାବ ପକାଇବ।
ଘୋଷାପାଠ ଉପରେ ଜୋର୍ ଦେଉଥିବା ଚିରାଚରିତ ପ୍ରକ୍ରିୟାରୁ ଦୂରେଇ ଯିବା ଏତେ ସହଜ ନୁହେଁ କିନ୍ତୁ ପିସି ସମର୍ଥ ଶିକ୍ଷାଲାଭ ପିଲାମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ନିଜର ସ୍ଥିତି ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏକ ପିସି କିମ୍ବା ଲ୍ୟାପ୍ଟପ୍ ସ୍ୱାଧୀନ ଭାବରେ ଗବେଷଣା କରିବା, ପ୍ରଭାବଶାଳୀ ଭାବରେ ଶିକ୍ଷା କରିବା ଏବଂ ଟେକ୍ନୋଲୋଜି ଉପରେ ନିର୍ଭର କରି କମ୍ ଖର୍ଚ୍ଚରେ ଶିକ୍ଷାଲାଭ କରିବାରେ ସାହାଯ୍ୟ କରିବା।
ପୁରୁଣା ପାଠପଢ଼ା ଢ଼ଙ୍ଗର ବିରୋଧ କରନ୍ତୁ। ଏକ ପିସି ସମର୍ଥ ଶିକ୍ଷାଲାଭ ସହିତ ଭବିଷ୍ୟତର ଆରମ୍ଭ କରିବା ପାଇଁ ଘୋଷାପାଠର ବିରୋଧ କରନ୍ତୁ। ସାଇନ୍ ଅପ୍ କରନ୍ତୁ ଏବଂ ଆପଣଙ୍କର ସ୍ୱର ଉତ୍ତୋଳନ କରନ୍ତୁ।(୪)
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ