ସୁରକ୍ଷିତ ପାସୱାର୍ଡ ସେଟ୍ ଅପ୍ କରିବାକୁ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ମାର୍ଗ ଦର୍ଶନ

 

ଯାହା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷିତ ରଖନ୍ତୁ

ଆପଣ ଘରେ ଓ ସ୍କୁଲରେ ଏକ ପିସି ବ୍ୟବହାର କଲାବେଳେ ତିନୋଟି ଶବ୍ଦ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆପଣ ଯାହା କରନ୍ତୁ ନା କାହିଁକି- ରଚନା ଲେଖନ୍ତୁ, ଦଲଗତ ପ୍ରୋଜେକ୍ଟ କରନ୍ତୁ କିମ୍ବା କୌତୁହଳବଶତଃ ଏକ ବିଷୟରେ ଗବେଷଣା କରନ୍ତୁ: ପିସି ସଦାସର୍ବଦା ପାସୱାର୍ଡ ସୁରକ୍ଷିତ ହେବା ଏକାନ୍ତ ଆବଶ୍ୟକ।

କଳ୍ପନା କରନ୍ତୁ ଆପଣଙ୍କ ଘରର ସମ୍ମୁଖ ଦରଜାର ଚାବି ନଥିଲେ ଯେମିତି ଆପଣ ଘର ଭିତରକୁ ଯାଇପାରନ୍ତି ନାହିଁ ଠିକ୍ ସେହିପରି ଆପଣଙ୍କ ପିସି, ଇମେଲ୍ ଆକାଉଣ୍ଟ, ଅନଲାଇନ୍ ଲର୍ଣ୍ଣିଙ୍ଗ ରିସୋର୍ସ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ଯାହାକି ଆପଣ ନିୟମିତ ଭାବରେ ବ୍ୟବହାର କରିଥାନ୍ତିସେଥିପାଇଁ ଏକ ପାସୱାର୍ଡ ଆବଶ୍ୟକ କରିଥାନ୍ତି। ନିମ୍ନଲିଖିତ ନିର୍ଦ୍ଦେଶନାମା ମନେ ରଖି ଆପଣ ଗୁରୁତ୍ୱପୂର୍ଣ୍ଣ ବିଷୟ ସୁରକ୍ଷିତ ରଖିବାକୁ ସକ୍ଷମ ହେବେ:

1) ବହୁ ବିଷୟ ପ୍ରାମାଣୀକରଣ ସକ୍ଷମ କରନ୍ତୁ

ଏହି ପାସୱାର୍ଡ ଦିବସରେ , ଥିମ୍ ହେଉଛି# ଲେୟାର ଅପ୍। ଏକ ମୋବାଇଲ୍ ବା ଇ-ମେଲ୍ OTP ଯୋଗ କରି ଆପଣ ଆପଣଙ୍କ ଆକାଉଣ୍ଟଧାରୀଙ୍କୁ ଆଉ ଏକ ସ୍ତରର ନିରାପତ୍ତା ପ୍ରଦାନ କରୁଛନ୍ତି। ଏହା ଆପଣଙ୍କ ଲଗ୍ ଇନ୍ ପ୍ରକ୍ରିୟାରେ ଆଉ ଏକ ପର୍ଯ୍ୟାୟ ଯୋଗ କରିବ କିନ୍ତୁ ଆପଣଙ୍କୁ ପରିଚୟ ଚୋରୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ହାଇଜାକିଙ୍ଗ ପରି ଅପରାଧରୁ ଶକ୍ତିଶାଳୀ ସୁରକ୍ଷା ଦେବ। [1]

2) ପାସୱାର୍ଡ ଯତେ ଅଧିକ ଦୀର୍ଘ ହେବ, ଏହାକୁ କ୍ରାକ୍ କରିବା ସେତେ ଅଧିକ କଠିନ ହେବ

ଆପଣଙ୍କ ପାସୱାର୍ଡ କେବଳ ଏକ ଶବ୍ଦ ହେବା ପରିବର୍ତ୍ତୀ ସେଥିରେ କେତୋଟି ସ୍ୱତନ୍ତ୍ର ବର୍ଣ୍ଣ ବ୍ୟବହାର କରି, ଏହାକୁ ଏକ ଦୀର୍ଘ ବାକ୍ୟ କରନ୍ତୁ। ଏହା ଏକ କ୍ରମକୁ ଅନୁସରଣ କରିପାରେ ବା ନ ପାରେ, କିନ୍ତୁ ଆପଣ ଏହା ମନେ ରଖିବା ସୁନିଶ୍ଚିତ କରନ୍ତୁ। ନିଜକୁ ଇଂରାଜୀରେ ସୀମିତ କରନ୍ତୁ ନାହିଁ- ଆପଣ ନିଜ ମାତୃଭାଷା କିମ୍ବା ଆପଣ ଅଭ୍ୟସ୍ତ ଥିବା ଅନ୍ୟ ଭାଷା ବ୍ୟବହାର କରିପାରିବେ ଓ ଏକ ଶକ୍ତିଶାଳୀ ପାସୱାର୍ଡ ସୃଷ୍ଟି କରିପାରିବେ।

3) ସହଜରେ ଅନୁମାନ କରିହେଉଥି ବିଷୟଗୁଡିକ ଏଡାନ୍ତୁ- ନାମ, ଜନ୍ମଦିନ ଏବଂ ଆପଣ ବାସ କରୁଥିବା ସହର

ପ୍ରଥମେ ପ୍ରଥମେ ସହଜ ପାସୱାର୍ଡ ଭଲ ଲାଗେ କିନ୍ତୁ ଆପଣଙ୍କ ପାସୱାର୍ଡ ଯେତେ ଅଧିକ ସ୍ୱତନ୍ତ୍ର ହେବ – ଆପଣଙ୍କ ପାଇଁ ସେତେ ଅଧିକ ସୁରକ୍ଷିତ ହେବ।


ସୌଜନ୍ୟ: https://securingtomorrow.mcafee.com/author/cybermum-india/

4) ଏସବୁ ମିଶାଇ ଦିଅନ୍ତୁ- କ୍ୟାପିଟାଲ ଅକ୍ଷର, ପ୍ରତୀକ ଏବଂ ଏକ ଅକ୍ରମିତ ଶବ୍ଦ ଯୋଗ କରନ୍ତୁ

@#$% ଅକ୍ରମିତ ଭାବରେ କ୍ୟାପିଟାଲ ଅକ୍ଷର ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାସୱାର୍ଡ ଅନୁମାନ କରିବାକୁ କଠିନ କରିଦିଏ। ସାଧାରଣ ପାସୱାର୍ଡ ବ୍ୟବହାର କରିବା ଏଡାନ୍ତୁ: [2]

1. 123456
2. 123456789
3. password
4. admin
5. 12345678
6. qwerty
7. 1234567
8. 111111
9. photoshop
10. 123123
11. 1234567890
12. 000000
13. abc123
14. 1234
15. adobe1
16. macromedia
17. azerty
18. iloveyou
19. aaaaaa
20. 654321

5) କେବେ ବି ଏକ ପାସୱାର୍ଡ ପୁନଃବ୍ୟବହାର କରନ୍ତୁ ନାହିଁ

ବେଳେ ବେଳେ ଅମକୁ ନିଜକୁ ଦୋଷୀ ଦୋସୀ ଲାଗେ, ତେଣୁ ସବୁଠାରୁ ଭଲ ଉପାୟ ହେଉଛି ଆପଣ ବ୍ୟବହାର କରୁଥିବା ପ୍ରତି ଆକାଉଣ୍ଟ ପାଇଁ ଏକ ପୃଥକ ପାସୱାର୍ଡ ରଖିବେ। ଆପଣ ସେସବୁ ମଧ୍ୟରେ ଏକ ସମାନତା ଯେପରି କି ଏକ ସଂଖ୍ୟା, ସ୍ୱତନ୍ତ୍ର ବର୍ଣ୍ଣ କିମ୍ବା ବିଷୟ ଯେପରି କି ଖାଦ୍ୟ, ଦେଶ ଇତ୍ୟାଦି ରଖିପାରିବେ।

ଆପଣ ପିସିର ସମ୍ପୂର୍ଣ୍ଣ ଉପଯୋଗ କଲା ପରେ, ଅଧ୍ୟୟନ କରିବା ଆନନ୍ଦମୟ ହେବ।

*ସିକ୍ୟୁରିଟି ଅଂଶିଦାର ମାକାଫି