ଆପଣଙ୍କ ସନ୍ତାନର ପ୍ରଥମ ପିସି ପାଇଁ ପାଞ୍ଚଟି ଆବଶ୍ୟକ ଯାଞ୍ଚ ତାଲିକା

 

କାର୍ଯ୍ୟ

ଅନଲାଇନ୍ ବ୍ୟାଙ୍କିଂ

ଫାଇଲ୍ ଟ୍ୟାକ୍ସ

ସାମାଜିକ ମାଧ୍ୟମ

ଉପରକୁ ପଢ଼ିବା

ଗବେଷଣା

ଦୈନନ୍ଦିନ ଜୀବନରେ ଏକ ପିସିର ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ରହିଛି:

ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ସେମାନେ ଭବିଷ୍ୟତର କାର୍ଯ୍ୟସ୍ଥଳ ପାଇଁ ପ୍ରସ୍ତୁତ ଏକ ପିସି ଆବଶ୍ୟକ କରନ୍ତି।

ଥରେ ଆପଣ ସେମାନଙ୍କ ପାଇଁ ସଠିକ ପିସି ବାଛିବା ପରେ ଏହି ଯାଞ୍ଚ ତାଲିକା ମନେ ରଖନ୍ତୁ ଏବଂ ଅଧ୍ୟୟନକୁ ସହଜ କରନ୍ତୁ!

1) ମୌଳିକ ନିୟମ ତିଆରି କରନ୍ତୁ

ମୌଳିକ ନିୟମ ହେଉଛି ଦୃଢ଼ ପାସୱାର୍ଡ ସେଟ୍ କରିବେ ଏବଂ ସେମାନଙ୍କୁ ଜଣାଇବେ, କେବଳ ବୁକ୍ ମାର୍କ ହୋଇଥିବା ୱେବସାଇଟ୍ ବ୍ୟବହାର କରିବେ ଏବଂ ପିସିକୁ ଦିନକୁ ଏକ ଘଣ୍ଟା ବା ଦୁଇ ଘଣ୍ଟାରୁ ଅଧିକ ବ୍ୟବହାର କରିବେ ନାହିଁ। ଏହାର କାରଣ ପିଲାମାନଙ୍କୁ ବୁଝାଇ ଦେବା ପରେ ପିଲାମାନେ ମଧ୍ୟ ଗ୍ରହଣ କରିବେ।

2) ସାମାନ୍ୟ ଯତ୍ନ ନେବା ବିଶେଷ ଫଳପ୍ରଦ ହୋଇଥାଏ

ପିଲାମାନଙ୍କୁ ବୁଝାଇ ଦିଅନ୍ତୁ ଯେ ପିସି ଏବଂ ଏହାର ଆସେସରିଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ ଏବଂ ଆପଣ କିବୋର୍ଡରେ ଗରମ ଚା ଢାଳି ଯାଇଥିବା କଥା ସହିତ କିପରି ମରାମତି ଆବଶ୍ୟକ ହୋଇଥିଲା କାହାଣୀ କହିପାରିବେ। ନିଜ କାହାଣୀ ଶୁଣାଇବା ଦ୍ୱାରା ପିସିର ଯତ୍ନ ନେବାକୁ ଅଧିକ ତତ୍ପର ହେବ।

3) ପିସିରେ ଏକାଠି କୌଶଳପୂର୍ଣ୍ଣ କାର୍ଯ୍ୟ କରନ୍ତୁ

ଏପରିକି ଯଦି ଆପଣ ପୂର୍ବରୁ ପିସିର ବ୍ୟବହାର ବିଷୟରେ ଜାଣିଥାନ୍ତି ଆପଣଙ୍କ ସନ୍ତାନ ବାସ୍ତବରେ ଏହାର ମୌଳିକ ବିଷୟଗୁଡ଼ିକ ଏକାଠି ଜାଣିବାକୁ ଉପଭୋଗ କରିବ। ମାଉସ୍ ଏପଟସେପଟ କରିବାଠାରୁ ଥରକରେ ଗୋଟିଏ ବାକ୍ୟ ଲେଖିବା, ସବୁ ଛୋଟ ଛୋଟ ଜିନିଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

4) ପିସି ରିସୋର୍ସର ତାଲିକା ଏକତ୍ର କରନ୍ତୁ

ଶିକ୍ଷକ, ପିତାମାତା ଏବଂ ଅନଲାଇନ୍ ରିଭ୍ୟୁର ସୁପାରିଶ୍ ଅନୁଯାୟୀ ପିସି ରିସୋର୍ସ ଯାଞ୍ଚ କରିବାକୁ କିଛି ସମୟ ନିଅନ୍ତୁ। ଏହାପରେ ସେଗୁଡ଼ିକୁ ବ୍ରାଉଜରରେ ବୁକ୍ ମାର୍କ କରନ୍ତୁ, ଆପଣଙ୍କ ସନ୍ତାନ ଏହାକୁ ବ୍ୟବହାର କରିବ ଏବଂ ଏହା ଅନୁଯାୟୀ ଡେସ୍କଟପରେ ସର୍ଟକଟ୍ ତିଆରି କରିବ।

5) ମନୋରଞ୍ଜନ ବିଷୟରେ ବିଚାର କରିବା ପାଇଁ ସୁନିଶ୍ଚିତ ହୁଅନ୍ତୁ

ଆପଣ କେବଳ ମନୋରଞ୍ଜନକୁ ଅଣଦେଖା କରିପାରିବେ ନାହିଁ। ଏହା  ଅତ୍ୟାଧୁନିକ ଭାଇରାଲ୍ ମେମେ କିମ୍ବା ଏକ କ୍ୟୁଟ୍ କ୍ୟାଟ୍ ଭିଡ଼ିଓ,  ହୋଇପାରେ ଆପଣଙ୍କ ସନ୍ତାନ ଏ ବିଷୟରେ ଜାଣିବାକୁ ଚାହିଁପାରେ। ଆପଣଙ୍କ ସନ୍ତାନ ପାଇଁ ଉଦ୍ଦିଷ୍ଟ ହୋଇନଥିବା ବିଷୟବସ୍ତୁ ଯେପରି ସେ ଦେଖନ୍ତି ନାହିଁ ସେଥିପାଇଁ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ପ୍ଲଗ୍ ଇନ୍ କରନ୍ତୁ ଏବଂ ପିସିକୁ ଏକ ସାଧାରଣ କ୍ଷେତ୍ରରେ ଯେପରିକି ବୈଠକ ଖାନାରେ ରଖନ୍ତୁ।

ସମଗ୍ର ପରିବାର ଏକାଠି ବସି ନୂଆ ନୂଆ ଜିନିଷ ଶିକ୍ଷା କରିପାରିବ, ପିଲାମାନେ ହୋମୱାର୍କ କରିପାରିବେ ଓ ନୂଆ ନୂଆ ଜିନିଷ ପଢ଼ିପାରିବେ। ସର୍ବୋପରି ଏକ ପିସି ବର୍ତ୍ତମାନ ଆପଣଙ୍କ ସନ୍ତାନର ଶିକ୍ଷାଲାଭର କ୍ଷମତା ଉନ୍ମୁକ୍ତ କରିବା ପାଇଁ ବ୍ୟବହାର କରାଯାଇପାରିବ।