ଅନୁକୂଳ ଡିଜିଟାଲ୍ ଫୁଟ୍‌ପ୍ରିଣ୍ଟ ସୃଷ୍ଟି କରିବା ପାଇଁ ମାର୍ଗଦର୍ଶନ

‘‘ଆପଣ ଅନ୍ ଲାଇନରେ ଯାହା ପୋଷ୍ଟ କରିଥାନ୍ତି ତାହା ବାସ୍ତବରେ ଆପଣ କ’ଣ ସେ ବିଷୟରେ ବହୁତ କଥା କହିଥାଏ। ଏକ ଉଦ୍ଦେଶ୍ୟ ସହିତ ପୋଷ୍ଟ କରନ୍ତୁ।  ସାବଧାନତାପୂର୍ବକ ରିପୋଷ୍ଟ କରନ୍ତୁ।’’

 ଜର୍ମାନୀ କେଣ୍ଟ

 

ପ୍ରତ୍ୟେକଙ୍କର ଏକ ଡିଜିଟାଲ୍ ଫୁଟପ୍ରିଣ୍ଟ।

ଯେତେବେଳେ ଆପଣ କିଛି ଅନ୍ ଲାଇନରେ ପୋଷ୍ଟ କରିଥାନ୍ତି କିମ୍ବା କୌଣସି ବିଷୟ ସେୟାର୍ କରିଥାନ୍ତି ଏହା ଏକ ଡିଜିଟାଲ୍ ଫୁଟପ୍ରିଣ୍ଟ ସୃଷ୍ଟି କରିଥାଏ ଯାହାକି ସବୁଦିନ ପାଇଁ ରହିଥାଏ। ଏଠାରେ ଆପଣ ଏକ ଅନୁକୂଳ ଡିଜିଟାଲ ଫୁଟପ୍ରିଣ୍ଟ ପାଇଁ କ’ଣ କରିବା ଆବଶ୍ୟକ ଦିଆଯାଇଛି:

 

1. ଏକ ପାସୱାର୍ଡ କିପର୍ ବ୍ୟବହାର କରନ୍ତୁ

ସୋସିଆଲ୍ ମିଡିଆରେ ଗୋପନୀୟତା ସେଟିଂ ଆପଣ ବନ୍ଧୁ ଓ କେବଳ ଫଲୋୟରଙ୍କ ସହ ପୋଷ୍ଟ ସେୟାର କରିବାକୁ ଚାହାଁନ୍ତି କିମ୍ବା ଜନସାଧାରଣଙ୍କ ସହ ସେୟାର କରିବାକୁ ଚାହାଁନ୍ତି ସ୍ଥିର କରିବାକୁ ଦେଇଥାଏ। ଏକ ଶକ୍ତିଶାଳୀ ମନେ ରଖି ହେଉଥିବା ପାସୱାର୍ଡ ସୃଷ୍ଟି କରନ୍ତୁ ଯାହାଫଳରେ କୌଣସି ପ୍ରକାର ହ୍ୟାକିଂ ଏଡାଇପାରିବେ।

 

2. ଓଭରସେୟାର କରନ୍ତୁ ନାହିଁ

ଅନଲାଇନରେ କୌଣସି ବିଷୟ ପୋଷ୍ଟ କଲାବେଳେ ଏବଂ ସେୟାର୍ କଲାବେଳେ ଯତ୍ନବାନ୍ ହୁଅନ୍ତୁ କାରଣ ଏହା ଅନୁକୂଳ ଡିଜିଟାଲ୍ ଫୁଟପ୍ରିଣ୍ଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହୋଇଥାଏ।  ଆପଣଙ୍କର ଅନଲାଇନ୍ ବ୍ୟକ୍ତିତ୍ୱ ଆଧାରରେ ମନ୍ତବ୍ୟଗୁଡ଼ିକ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି।   କେବେ ବି ଆପଣ ଯେଉଁ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ ସେଥିରେ ଜଡ଼ିତ ହୁଅନ୍ତୁ ନାହିଁ।  ଆପଣ ଅନଲାଇନରେ ପୋଷ୍ଟ କରୁଥିବା ସମସ୍ତ ବିଷୟ ପାଇଁ ଗର୍ବ ଅନୁଭବ କରିବା ଉଚିତ୍!

 

3. ନିଜକୁ ସନ୍ଧାନ କରନ୍ତୁ

ଆପଣଙ୍କ ନାମ ବିଷୟରେ ଏକ ସରଳ ସନ୍ଧାନ କରନ୍ତୁ ଏବଂ ଆପଣ ନିଜ ବିଷୟରେ କ’ଣ ଦେଖୁଛନ୍ତି ଜାଣନ୍ତୁ।  ଆପଣ ଯାହା ଦେଖିବେ ଆଶ୍ଚର୍ଯ୍ୟ ହୋଇପାରନ୍ତି।  ଯଦି ଆପଣ ଏମିତି କିଛି ବିଷୟ ଦେଖନ୍ତି ଯାହାକି  ଆପଣ ଦେଖିବା ପାଇଁ ଚାହାଁନ୍ତି ନାହିଁ ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସେହି ଅନୁଯାୟୀ ଅପସାରଣ କରନ୍ତୁ।  ଯଦି କୌଣସି ଫେକ୍ ଆକାଉଣ୍ଟ ରହିଥାଏ ସେ ବିଷୟରେ ମଧ୍ୟ ଏହା ଦ୍ୱାରା ଜାଣିପାରିବେ...

 

4. ପୁରୁଣା ଆକାଉଣ୍ଟ ଡିିଲିଟ୍ କରନ୍ତୁ

ପୁରୁଣା ଆକାଉଣ୍ଟ ଡିଲିଟ୍ ନ କରିବା ଏବଂ ଡିଆକ୍ଟିଭେସନ୍ ନ କରିବା କାରଣରୁ ଆମେ ନେଗେଟିଭ୍ ଫୁଟ ପ୍ରିଣ୍ଟ ବିଷୟରେ ବହୁତ କିଛି ଶୁଣିବାକୁ ପାଉ।  ଯେତେବେଳେ ଆପଣ ଏକ ସୋସିଆଲ୍ ନେଟୱାର୍କିଂ ପ୍ରୋଫାଇଲ୍ ବ୍ୟବହାର କରିବା ବନ୍ଦ କରନ୍ତି ସୁନିଶ୍ଚିତ କରନ୍ତୁ ଯେ  ଆପଣ ସେହି ଆକାଉଣ୍ଟଗୁଡ଼ିକ ଡିଲିଟ୍ ବା ଡିଆକ୍ଟିଭେଟ୍ କରନ୍ତି ଯାହାକି ଆଉ ଲାଇଭ୍ ନଥାଏ ଏବଂ ସର୍ଚ୍ଚରେ ଆସେ ନାହିଁ ଫଳରେ ଆକାଉଣ୍ଟ ହ୍ୟାକ୍ ହେବାର ଆଶଙ୍କା ହ୍ରାସ ପାଇଥାଏ।

 

ଅନୁକୂଳ ଡିଜିଟାଲ୍ ଫୁଟପ୍ରିଣ୍ଟ ରହିବା ଭଲ କଥା କାରଣ ଆପଣଙ୍କର ଅନଲାଇନ୍ ପରିଚୟ ଆପଣଙ୍କ ଜୀବନର ବିଭିନ୍ନ ଦିଗକୁ ପ୍ରଭାବିତ କରିପାରେ। ଆପଣ ଛାତ୍ରଛାତ୍ରୀ ଏବଂ ସମାଜ ପାଇଁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି।   ତେଣୁ, ମେଣ୍ଟର, ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଓ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ପ୍ରୟାସ କରିଥାନ୍ତି।