ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ମନ ଲଗାଇ ରଖିବାକୁ ଆପଣଙ୍କ ପାଇଁ 3 ପର୍ଯ୍ୟାୟର ମାର୍ଗଦର୍ଶନ

 

 

ଆମେ ସମସ୍ତେ ଚାହୁଁ ଯେ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ମନ ଖୁସିରେ ଆପଣ କହୁଥିବା ପ୍ରତିଟି ଶବ୍ଦ ଶୁଣନ୍ତୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ। ଲେସନ୍ ପ୍ଲାନ୍ ବା ଅଧ୍ୟାୟ ଯୋଜନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଶ୍ରେଣୀରେ ଦଳଗତ କାର୍ଯ୍ୟକଳାପ ହେଉ ବା ଘରେ ହୋମ୍ୱାର୍କ ହେଉ - ପ୍ରତ୍ୟେକ ବିଷୟରେ ଏକ ଶିକ୍ଷାଲାଭର ଲକ୍ଷ୍ୟ ସଂଲଗ୍ନ କରାଯାଇଥାଏ।

ତେଣୁ, ଆପଣ କିପରି ଭାବରେ ଶ୍ରେଣୀକୁ ଦେଉଥିବା ପ୍ରତିଟି ଆସାଇନ୍ମେଣ୍ଟରେ ପିଲାମାନେ ଧ୍ୟାନ ଦେବା ସୁନିଶ୍ଚିତ କରିପାରିବେ?

ପର୍ଯ୍ୟାୟ 1: ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ସମସ୍ତ ବିକଳ୍ପର ସର୍ବୋତ୍ତମକରଣ କରନ୍ତୁ

ଭଲ ଜିନିଷ ବାଛିବାର ସୁଯୋଗ ପାଇବା ହେଉଛି ସୁକ୍ଷ୍ମ ଭାବରେ ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ କଠିନ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଦାହରଣସ୍ୱରୂପ ଆପଣଙ୍କ ଛାତ୍ରଛାତ୍ରୀମାନେ କ୍ଲାସ୍ ସମୟରେ ରିୱର୍ଡିଫାଇଜ୍ କ୍ଲାସିକ୍ ଲିଟରେଚର୍ (Rewordify’s Classic Literature) ବ୍ୟବହାର କରିପାରିବେ ଓ କ୍ଲାସିକ୍ ବିଷୟଗୁଡ଼ିକର ସରଳୀକୃତ ସଂସ୍କରଣ ପଢ଼ିପାରିବେ ଏବଂ ପରେ ଏହି ଚରିତ୍ରଗୁଡ଼ିକୁ ଅଭିନୀତ କରିପାରିବେ ଏବଂ ଶ୍ରେଣୀକୁ ଅଧିକ ଯୋଗାଯୋଗମୁଖୀ କରିପାରିବେ। କେବଳ ଆପଣ କହିବା ପରିବର୍ତ୍ତେ, ଏଥିରେ ସମସ୍ତେ ଅଂଶଗ୍ରହଣ କରିପାରିବେ।

ପର୍ଯ୍ୟାୟ 2: ‘‘ଏହା କିପରି ମୋ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ?’’ର ଉତ୍ତର ପ୍ରସ୍ତୁତ ରଖନ୍ତୁ

ଯଦିଓ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଆପଣଙ୍କୁ ପଚାରନ୍ତି ନାହିଁ ସେମାନେ ନିଶ୍ଚିତ ଏ ବିଷୟରେ ମନେ ମନେ ଭାବୁଥିବେ! ତେଣୁ, ମନରୁ ସନ୍ଦେହ ଦୂର କରନ୍ତୁ ଏବଂ ଶ୍ରେଣୀରେ ପ୍ରତ୍ୟେକ କାର୍ଯ୍ୟକଳାପର ଉଦ୍ଦେଶ୍ୟ କହନ୍ତୁ। ଏହା ପୂର୍ବ ଅଧ୍ୟାୟର ସାରାଂଶ ପ୍ରଦାନ କରିବା ଠାରୁ ଆପଣ କେଉଁ ବିଷୟରେ ପଢ଼ାଇବାକୁ ଚାହୁଁଛନ୍ତି ଏବଂ ଆପଣ ପୂର୍ବରୁ ପଢ଼ାଉଥିବା

ପର୍ଯ୍ୟାୟ 3: ଆମ ସମସ୍ତଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ରହିଥାଏ, ଏହାର ଯଥାସମ୍ଭବ ଅଧିକ ଉପଯୋଗ କରନ୍ତୁ

ଜଣେ ଶିକ୍ଷକ ଭାବରେ, ଆପଣଙ୍କର ଶ୍ରେଷ୍ଠ ‘‘ପୁରସ୍କାର’’ ପାଇବା ପାଇଁ ସୃଜନଶୀଳତାର ସ୍ୱାଧୀନତା ରହିଛି। ଏହା ବିରାମ ସମୟରେ ପିସି ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇପାରେ (ଅବଶ୍ୟ ତତ୍ତ୍ୱାବଧାନ କରାଯିବା ଉଚିତ୍) କିମ୍ବା ପିଲାମାନଙ୍କୁ ଶ୍ରେଣୀରେ ସିନେମା ଦେଖିବା ପାଇଁ ସୁଯୋଗ ଦିଅନ୍ତୁ। ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଉପରେ ନଜର ରଖନ୍ତୁ ଏବଂ ଆପଣ ସେମାନଙ୍କୁ ଦେଇଥିବା ଆସାଇନମେଣ୍ଟ ସହିତ ହସଖୁସିର ଉପାଦାନ ଯୋଗ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ!

ସବୁଠାରୁ ବଡ ଲାଭ ହେଉଛି ଯେ ଆପଣ ପଢ଼ାଇବା ଶୈଳୀରେ ବାରମ୍ବାର ପରିବର୍ତ୍ତନ ଆଣିବେ। ଫଳରେ ପ୍ରତ୍ୟେକଟି ଅଧ୍ୟାୟ ଉତ୍ସାହଜନକ ମନେ ହେବ, ଫଳରେ ଆପଣ ଭଲଭାବରେ ଶିକ୍ଷା ଦେବା ପାଇଁ ଶକ୍ତି ଓ ଉତ୍ସାହ ଲାଭ କରିବେ। ସର୍ବୋପରି ଆପଣ ଯେତେ ନୂଆ ନୂଆ ପ୍ରକାରର ଆସାଇନମେଣ୍ଟ ଦେବେ ଛାତ୍ରଛାତ୍ରୀମାନେ ସେସବୁକୁ ଅଧିକ ଭଲ ଭାବରେ ମନେ ରଖିବେ, ପରୀକ୍ଷା ପରେ ମଧ୍ୟ ଭୁଲିବେ ନାହିଁ।