ପିଲାମାନେ ପଢ଼ିବାକୁ କିପରି ଭଲ ପାଇବେ ସେ ସମ୍ପର୍କରେ ଆପଣଙ୍କ ପାଇଁ ତିନୋଟି ପର୍ଯ୍ୟାୟର ମାର୍ଗଦର୍ଶନ

 

କେତେକ ଛାତ୍ରଛାତ୍ରୀ ପଢ଼ିବାକୁ ଖୁବ୍ ଭଲ ପାଆନ୍ତି। ଆଉ କେତେକ ପଢ଼ିବା ଲେଖିବା ଏଡ଼ାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥାନ୍ତି। ଜଣେ ଶିକ୍ଷକ ଭାବରେ, ଆପଣ ଜାଣନ୍ତି ଯେ ପଢ଼ିବା ଶିକ୍ଷାଲାଭର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ପ୍ରକୃତରେ, ପିଲାମାନେ ଯେତେ ଶୀଘ୍ର ପଢ଼ିବା ଆରମ୍ଭ କରିବେ ସେମାନଙ୍କ ପାଇଁ ସେତେ ଭଲ। ପ୍ରକାଶିତ, ସୁଲିଖିତ ବହି ପଢ଼ିବା, ଛାତ୍ରଛାତ୍ରୀଙ୍କର ନିଜର ଲେଖିବା ଶବ୍ଦଜ୍ଞାନ ଓ ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ।[1]

ଆପଣଙ୍କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଭଲ ପାଇବା ଉଦ୍ରେକ କରିବାକୁ ଏହି ତିନି ପର୍ଯ୍ୟାୟ ବିଶିଷ୍ଟ କାର୍ଯ୍ୟାନୁଷ୍ଠାନ ଯୋଜନା ଅନୁସରଣ କରନ୍ତୁ ଏବଂ ପାର୍ଥକ୍ୟ ଦେଖନ୍ତୁ।

1) ପସନ୍ଦ କରିବା ଭଲ!

ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ପାଠ୍ୟଖସଡ଼ା ଅନୁଯାୟୀ ଶ୍ରେଣୀରେ ପଢ଼ିବା ପାଇଁ କିମ୍ବା ହୋମୱାର୍କ ନିମନ୍ତେ ଅଧ୍ୟାୟ ବା ବହି ବାଛିବାର ସ୍ୱାଧୀନତା ଦିଅନ୍ତୁ। ଏହା ସାମାନ୍ୟ କଠିନ ମନେ ହୋଇପାରେ କିନ୍ତୁ ଛାତ୍ରଛାତ୍ରୀମାନେ ଏଥିରେ ଜଡିତ ହେଲେ ନିଜ ପାଠ ପଢ଼ାରେ ଅଧିକ ମନୋଯୋଗୀ ହେବେ। ବଡ଼ ପାଟିରେ ପଢ଼ିବା ହେଉଛି ଏକ ଶିକ୍ଷାଦାନର ଅଭ୍ୟାସ ଯାହାକି ପରୀକ୍ଷା କରାଯାଇଛି ଏବଂ ପ୍ରମାଣିତ ହୋଇଛି ଓ ବର୍ଷ ବର୍ଷ ଧରି କାଏମ୍  ରହିଛି। ତେଣୁ ଏହାକୁ ଆପଣଙ୍କ ଅଧ୍ୟାୟ ଯୋଜନା ବା ଲେସନ୍ ପ୍ଲାନ୍ ର ଅଂଶ କରନ୍ତୁ।

2) ଏହାକୁ ଦଳଗତ କାର୍ଯ୍ୟକଳାପରେ ରୂପାନ୍ତରିତ କରନ୍ତୁ

ଆପଣ ଏହାକୁ ଏକ ରିଡିଂ କ୍ଲବ୍ କହିପାରନ୍ତି କିମ୍ବା ଏହିପରି କିଛି କହିପାରନ୍ତି ଯାହାକି ଏହାକୁ ସାପ୍ତାହିକ କାର୍ଯ୍ୟକଳାପରେ ରୂପାନ୍ତରିତ କରିବ ଯେଉଁଠାରେ ଛାତ୍ରଛାତ୍ରୀମାନେ ନିକଟରେ ପଢ଼ିଥିବା ବହି ବିଷୟରେ ଆଲୋଚନା କରିପାରିବେ କିମ୍ବା ଏହାର ଚଳଚ୍ଚିତ୍ର ସଂସ୍କରଣ ଦେଖିପାରିବେ- ସେମାନେ ଅଧିକ ଦାୟୀ ଓ ଉତ୍ତରଦାୟୀ ହେବେ। ପ୍ରକୃତରେ ନିୟମିତ ଭାବରେ ପଢ଼ିବା ପାଇଁ ଏହା ଚମତ୍କାର ପାରିତୋଷିକ ହେବ।

3) ଛାତ୍ରଛାତ୍ରୀମାନେ ଖୁବ୍ ଭଲ କାହାଣୀ କହିପାରନ୍ତି

‘‘ବ୍ୟବହାରକାରୀମାନେ ନିର୍ଦ୍ଦିଷ୍ଟ କଳାକାରମାନଙ୍କର ଚିତ୍ରକଳାକୁ ବାଛିପାରିବେ ତାହା ପରେ ସେଥିରେ ଲେଖା ଯୋଗ କରି ଏକ ସୃଜନଶୀଳ କାହାଣୀ ପୁସ୍ତକ ତିଆରି କରିପାରିବେ... ମୁଁ ପିଲାମାନେ ଅନଲାଇନରେ ଲେଖିବା ପାଇଁ ଶ୍ରେଷ୍ଠ ସ୍ଥାନ ହୋଇଥଇବା ସାଇଟ୍ ଯୋଗ କରୁଛି

ଲାରି ଫେର୍ଲାଜୋ

ଶିକ୍ଷକ, ଲେଖକ, ବ୍ଲଗର

ଷ୍ଟୋରିବାର୍ଡ ସହିତ ଆପଣଙ୍କ ପିଲାମାନଙ୍କ ଭିତରେ ଥିବା କାହାଣୀକାରକୁ ଉନ୍ମୁକ୍ତ କରନ୍ତୁ। ଏହି ବ୍ୟବହାର ପାଇଁ ମୁକ୍ତ ଏବଂ ଇଣ୍ଟରଆକ୍ଟିଭ୍ ପିସି ଟୁଲ୍ ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ ଅଧିକ କଳ୍ପନାବିଳାସୀ ହେବା ପାଇଁ ସାହାଯ୍ୟ କରିବ ଓ ସେମାନଙ୍କୁ ଅଧିକରୁ ଅଧିକ ଚିନ୍ତା କରିବା ପାଇଁ ଉତ୍ସାହିତ କରିବ। ଏହି ଟୁଲ୍ ବିଷୟରେ ସବୁଠାରୁ ଭଲ କଥା ହେଉଛି ପିଲାମାନେ ସେମାନଙ୍କର ଭିତରର କାହାଣୀକାରକୁ ପ୍ରକାଶିତ କରିବା ପାଇଁ ସମ୍ପୂର୍ଣ୍ଣ ସୃଜନଶୀଳ ସ୍ୱାଧୀନତା ପାଇବେ।

ବର୍ତ୍ତମାନ ଆପଣ ଶ୍ରେଣୀରେ ପଢ଼ିବାକୁ ଯାଉଛନ୍ତି, ପିଲାମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବା ପାଇଁ ଏକ ପିସି ବ୍ୟବହାର କରନ୍ତୁ।